ଖରା ଦିନେ ଜଳକଷ୍ଟ। ରାଜ୍ୟରେ ଏତେ ମାତ୍ରାରେ ତାତି ବଢ଼ୁଛି ଯେ ବାହାରକୁ ବାହାରିବା ମୁସ୍କିଲ। ଏହି ସମୟରେ ଲୋକେ ରାଜରାସ୍ତାରେ ଗରା, ବାଲଟି ଧରି ବସିଛନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହେବ ସେପର୍ଯ୍ୟନ୍ତ ସେଠାରୁ ଉଠିବେ ନାହିଁ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାଣି ପାଇଁ ତାତିଲେ ମହିଳା । ଗରା, ବାଲ୍ଟି ରଖି ମହିଳାଙ୍କ ରାଜରାସ୍ତା ଅବରୋଧ । ରାୟଗଡା ଜିଲ୍ଲା କରଲକାନ ପଞ୍ଚୟତର ଅଙ୍ଗୁରୁ ଗାଁରେ ଦେଖାଦେଇଛି ଜଳ ସଙ୍କଟ । ପ୍ରଚଣ୍ଡ ରୁଦ୍ର ତାପରେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଏଠାକାର ବାସିନ୍ଦା । ଯାହାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ମହିଳା ।
ଖରା ଦିନେ ଜଳକଷ୍ଟ। ରାଜ୍ୟରେ ଏତେ ମାତ୍ରାରେ ତାତି ବଢ଼ୁଛି ଯେ ବାହାରକୁ ବାହାରିବା ମୁସ୍କିଲ। ଏହି ସମୟରେ ଲୋକେ ରାଜରାସ୍ତାରେ ଗରା, ବାଲଟି ଧରି ବସିଛନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହେବ ସେପର୍ଯ୍ୟନ୍ତ ସେଠାରୁ ଉଠିବେ ନାହିଁ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ପାର୍ବଣକୁ ନେଇ ଆକ୍ସନ ମୋଡରେ ପୁରୀ ପୋଲିସ । ପୁରୀ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ସହରରେ ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଭାବେ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ । ସହରର ବିଭିନ୍ନ ସ୍ଥାନରେ ବିକୃତ ଶବ୍ଦ କରି ବେପରୁଆ ଭାବେ ଗାଡି ଚଳାଉଥିବା ଗାଡି ଚାଳକଙ୍କ ଠାରୁ ୯ଟି ଗାଡି ଜବତ କରିଛି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶବ୍ଦ ପ୍ରଦୂଷଣ ଏବଂ ଅସାନ୍ତ ସୃଷ୍ଟି କରିବା ଅଭିଯୋଗରେ ପୁରୀ ପୋଲିସ ଗାଡି ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୋଟ ୯ଟି ଗାଡି ଜବତ କରିବା ସହ ଗାଡି ଗୁଡିକରୁ ବିକୃତ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସରକୁ କାଢ଼ିଛି ପୋଲିସ । ବର୍ତ୍ତମାନ ଗଣେଶ ପୂଜାର ମାହୋଲ ଚାଲିଥିବା ବେଳେ ସହରରେ ଗହଳିଚହଳି ଲାଗିରହିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି l
ଏହି ସ୍ପେଶାଲ ଡ୍ରାଇଭ ଆଗାମୀ ଦିନରେ ଜାରି ରହିବା ସହ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରି ବେପରୁଆ ଗାଡି ଚାଳନା, ଏବଂ ଆସାମଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ । ଗତ ତିନିମାସ ସୁଦ୍ଧା ପୁରୀ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭରେ ୮ଟି ମାମଲା ରୁଜୁ ହୋଇଥିବା ବେଳେ ଗାଡି ଯାଞ୍ଚ, ନୋ ପାର୍କିଙ୍ଗ, ବିନା ହେଲାମେଟରେ ଗାଡି ଚାଲାଣ, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର ଏବଂ ଟ୍ରାଫିକ ନିୟମ ଅବମାନନା କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୩ହଜାର ୧୩୧ଟି ମାମଲା କରାଯାଇ ୧୬ଲକ୍ଷ ୧୫ହଜାର ୫୦୦ଟଙ୍କା ଫାଇନ୍ ଆଦାୟ କରାଯାଇଥିବା ସାମ୍ବାଦିକ ସମିଳନୀରେ ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶରେ ଆଦି ଶଙ୍କରାଚାର୍ଯ୍ୟଙ୍କୁ ସମ୍ମାନ । ଖଣ୍ଡଓ୍ବା ଜିଲ୍ଲାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏହି ବିଶାଳକାୟ ପ୍ରତି ମୂର୍ତ୍ତିର ଉଦଘାଟନ କରିଛନ୍ତି । ଓମକାରେଶ୍ବର ଖଣ୍ଡୱା ଜିଲ୍ଲାର ନର୍ମଦା ନଦୀ କୂଳରେ ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଓମକାରେଶ୍ବର ଏକ ପ୍ରମୁଖ ପୀଠ । ଅଷ୍ଟମ ଶତାବ୍ଦୀର ଦାର୍ଶନିକ ତଥା ହିନ୍ଦୁ ଧର୍ମର ପୁନଃ ପ୍ରତିଷ୍ଠାତା ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ‘ଏକାତ୍ମ ଧାମ’ ଭାବରେ ନାମିତ କରାଯାଇଛି । ଏହି ବିଶାଳ ମୂର୍ତ୍ତି ନର୍ମଦା ନଦୀ କୂଳରେ ଥିବା ସୁନ୍ଦର ମଣ୍ଡଳ ପାହାଡ ଉପରେ ଅବସ୍ଥିତ । ଆଧ୍ୟାତ୍ମିକ ମହତ୍ବ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ । ଏହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୨୧୪୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ।
ଅର୍ଗସ ବ୍ୟୁରୋ: ପାନୀୟ ଜଳ ପାଇଁ ଡହଳ ବିକଳ । ନଦୀ, ଚୂଆ ପାଣି ହିଁ ଏକମାତ୍ର ଭରସା। ବିଲ, ଜଙ୍ଗଲ କାଦୁଆ ରାସ୍ତା ଦେଈ ପାଣି ଆଣିବାକୁ ଯିବାକୁ ପଡୁଛି କିଲୋମିଟର ଦୁର । ଗାଁ ଶେଷ ମୁଣ୍ଡରେ ବହିଯାଇଥିବା ନଦୀରୁ ପାଣି ଆଣୁଛନ୍ତି ଗ୍ରାମବାସୀ। ହାତରେ ଗରା, ବାଲ୍ଟି ନେଇ ନଦୀରେ ବାଲି ଚୁଆ କରି ପାଣି ଆଣୁଛନ୍ତି। ବାଙ୍ଗିରିପୋଷି ବ୍ଲକ , ବଡଗାଁ ପଞ୍ଚାୟତର ଦୁଇ ଶହ ପରିବାର ଜଳ କଷ୍ଟରେ ରହୁଛନ୍ତି। ସେପଟେ ଗାଁ ରେ ଥିବା ଗୋଟାଏ ଟ୍ୟୁବ୍ ୱେଲ୍ ଅକାମୀ ଓ ଖରା ଦିନେ କୂଅ ଶୁଖିଲା।
ରାଜ୍ୟ ସରକାରଙ୍କ "ବସୁଧା" ଓ "ଡ୍ରିଙ୍କ ଫ୍ରମ ଟେପ୍" ଯୋଜନା ଦିବା ସ୍ଵପ୍ନ। ଗୋଟିଏ ଦୁଇଟି ସ୍ଥାନରେ ଯୋଜନା କରି ବାହା ବାହା ନେଉଛନ୍ତି ସରକାର୍। ବାଙ୍ଗିରିପୋଷି ବ୍ଲକ, ବଡଗାଁ ପଞ୍ଚାୟତର ଜଳ ସମସ୍ୟା ସବୁଠାରୁ ବଡ଼ ସମସ୍ୟା। ଏ ନେଇ ଗାଁ ପରିଚାଳନା କମିଟି ପକ୍ଷରୁ ଗାଁ ସରପଞ୍ଚ, ବିଡ଼ିଓଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ଜିଲ୍ଲାପାଳ ପର୍ୟ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା ହୋଇନାହିଁ ସମାଧାନ। ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେବ ନା କାଗଜ କଲମରେ ସରିବ। ବାଙ୍ଗିରିପୋଷି ବ୍ଲକ, ବଡଗାଁ ପଞ୍ଚାୟତର ପାଞ୍ଚ ଏବଂ ଦଶ ନଂ ୱର୍ଡ ରେ ସ୍ୱଚ୍ଛ ପାନୀୟ ଜଳ ସମସ୍ୟାର ସମାଧାନ କେବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: