ସେ ଉନ୍ନତିମୂଳକ କାର୍ଯ୍ୟ ହେଉ କି ଜବରଦଖଲ ଉଛେଦ କାର୍ଯ୍ୟ । ଏନେଇ ସ୍ଥାନୀୟ କର୍ପୋରେଟର ମାନଙ୍କୁ ନଜଣାଇ କାମ ଚାଲୁଥିବା ଜଣାପଡିଛି । ଆଜିର ମିଟିଂରେ ଏହି ପ୍ରସଙ୍ଗରେ ଉଠାଯିବାରୁ ବିରୋଧୀ ମାନଙ୍କୁ କହିବାର ସୁଯୋଗ ଦିଆଯାଉନାହିଁ । ମେୟର ଏବଂ ଦଳୀୟ କର୍ପୋରେଟର ମାନେ ମିଳିମିଶି ବିରୋଧୀଙ୍କ ସ୍ଵରକୁ ଚପାଇ ଦିଆଯାଉଥିବା ଭଳି ଅଭିଯୋଗ କରିଛନ୍ତି । ଏନେଇ ପ୍ରତିବାଦ ସ୍ବରୂପ ବିଏମସି ଅଫିସ ଭିତରେ ଓ ବାହାରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଅନ୍ୟପଟେ ବିଏମସି ମେୟର ବିଜେପି କର୍ପୋରେଟର ମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆଗକୁ କେମିତି ସମସ୍ତଙ୍କ ସହଯୋଗରେ ସବୁ କାମ ସୁରୁଖୁରୁରେ ଆଗେଇ ଚାଲିବ ସେନେଇ ବିଏମସି ମେୟର ପ୍ରତିଶ୍ରୁତି ଦେଇଛନ୍ତି ।
ଦିନ କେଇଟା ପରେ ଦୁର୍ଗାପୂଜା ଆସୁଛି । ପୁଣିଥରେ ରାଜଧାନୀରେ ବିଭିନ୍ନ ସମସ୍ୟା ମୁଣ୍ଡ ଠେକିଛି। ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ଅସଜଡା ହୋଇ ପଡିରହିଥିବା ଦେଖିବାକୁ ମିଳିଛି। ଯାହା ବିଏମସିର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।