ପାର୍ବଣ ପୂର୍ବରୁ ସିଏମସି ମଧ୍ୟ ଆକ୍ସନ ନେଉଛି । ସିଏମସି ସ୍ୱାସ୍ଥ୍ୟବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ କରିଛି । ବିଭିନ୍ନ ମିଠା ଦୋକାନ ଉପରେ ଚଢାଉ କରାଯାଇଛି । କଟକର କଲ୍ୟାଣ ନଗର , ଲିଙ୍କ ରୋଡ୍ ,ବାଦାମବାଡି ଓ ଦୋଳମୁଣ୍ଡାଇ ଅଂଚଳରେ ଏହି ଚଢାଉ କରିଥିଲା ସିଏମସି । ମିଠା ଦୋକାନରେ ଅଧିକାରୀମାନେ ପ୍ରବେଶ କରିବା ସହ ଯେଉଁ ସ୍ଥାନରେ ମିଠା ପ୍ରସ୍ତୁତ କରୁଛନ୍ତି, ସେ ସମସ୍ତ ସ୍ଥାନକୁ ପରିଦର୍ଶନ କରିଥିଲେ । ମିଠା ପ୍ରସ୍ତୁତିରେ ଆବଶ୍ୟକ ପଡୁଥିବା ସାମଗ୍ରୀର ମାନ ପରିକ୍ଷା ମଧ୍ୟ କରିଥିଲେ ।
ଆଗକୁ ପାର୍ବଣ ଆସୁଥିବାବେଳେ, ଯେଉଁ ଦୋକାନରେ ନିମ୍ନମାନର ସାମଗ୍ରୀ ପ୍ରସ୍ତୁତ ହେଉଥିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି । ସେପଟେ ଅନେକ ଦୋକାନରେ ନିମ୍ନ ଧରଣର ମିଠା ବିକ୍ରି କରାଯାଉଥିବାବେଳେ ସ୍କ୍ୱାର୍ଡ ହାତରେ ଧରାପଡ଼ିଥିଲେ । ମାନ ପରୀକ୍ଷା ବେଳେ ସତ୍ୟତା ସାମ୍ନାକୁ ଆସିଥିଲା । ସିଏମସି ଏବଂ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଏ ସମସ୍ତ ଦୋକାନକୁ ସିଲ୍ କରାଯାଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।