ଯାହାକି ଦୁଇଟି ସମେଟିଭ ବାବଦରେ ଗୋଟିଏ ଛାତ୍ର ପାଇଁ ୮୪୦ ଟଙ୍କା ହେବ । ଯାହା ଫଳରେ ବହୁ ଗରିବ ଘରର ଛାତ୍ରଛାତ୍ରୀ ଟଙ୍କା ଅଭାବରୁ ଫର୍ମପୂରଣ କରି ନପାରି ପରୀକ୍ଷା ଦେବାରୁ ବଂଚିତ ହେବେ । ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଖରୁ ୪ ଥର ଫିସ ଆଦାୟ କରାଯିବ । ଏହିଭଳି ଫିସ ଆଗରୁ ଆଦାୟ କରାଯାଉ ନଥିଲା । ଚଳିତ ବର୍ଷରୁ ଏହିଭଳି ଫିସ୍ ଆଦାୟ କରିବା ଅତ୍ୟନ୍ତ ଅନ୍ୟାୟ । ଏଣୁ ତୁରନ୍ତ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ୍ ଆଦାୟ କରିବା ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ଛାତ୍ର ଛାତ୍ରୀମାନଙ୍କର ମାଗଣାରେ ଫର୍ମ ପୂରଣ କରାଇବା ଓ ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମରେ ୪ ଥର ଫର୍ମପୂରଣ ଆଦାୟ ବନ୍ଦ କରିବାକୁ ଏଆଇଡିଏସଓ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।

ଅର୍ଗସ୍ ବ୍ୟୁରୋ : ଦଶମ ଶ୍ରେଣୀ ପ୍ରଥମ ସମେଟିଭ ଫର୍ମଫିଲପ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଅନ୍ୟାୟ ଭାବେ ୪୨୦ ଟଙ୍କା ଆଦାୟ କରିବା ନିଷ୍ପତ୍ତି ପ୍ରତିବାଦରେ ଆଜି କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସଓ ପକ୍ଷରୁ ପ୍ରତିବାଦ ବିକ୍ଷୋଭ କରାଯାଇଛି । ବର୍ତ୍ତମାନ ସମୟରେ ରାଜ୍ୟର ଅନେକ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଅନ୍ୟଦିଗରେ କରୋନା ମହାମାରୀ ପରେ ରାଜ୍ୟର ଜନ ସାଧାରଣଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଛି । ଲକ୍ଷ ଲକ୍ଷ ଲୋକ ନିଜର କାର୍ଯ୍ୟ ହରାଇଛନ୍ତି ।ଏହି ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢାର ଦାୟିତ୍ୟ ସଂପୂର୍ଣ୍ଣ ସରକାର ନେବା କଥା । ମାତ୍ର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ୪୨୦ ଟଙ୍କା ଫିସ ଆଦାୟ ନିଷ୍ପତ୍ତି ହୋଇଛି ।
