ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ସ୍ଥିତ ଦୁଆରଶୁଣି ଘାଟ ନିକଟସ୍ଥ ବ୍ରହ୍ମଣୀ ମଝି ନଈରେ, ନାଝରା ରୁ ମକର ଯାତ୍ରା ଦେଖି ଫେରୁଥିବା ଏକ ମଟର ଡ଼ଙ୍ଗା ଯାନ୍ତ୍ରିକ ତ୍ରୁଟି ପାଇଁ ସ୍ୱଳ୍ପ ସମୟ ଫସି ରହିଥିଲା। ଉକ୍ତ ଡ଼ଙ୍ଗା ରେ ୪୦ଜଣ ଯାତ୍ରୀ ଥିବା ବେଳେ, ଜଣେ ମହିଳା ଯାତ୍ରୀଙ୍କ ଲୁଗାର ପଣତ କାନି ଡ଼ଙ୍ଗାର ମୋଟର ଭିତରେ ପଶି ଯାଇଥିଲା। ଫଳରେ ମଟରଟି ଖରାପ ହୋଇ ଯିବା କାରଣ ରୁ ମଝି ନଈରେ କିଛି ସମୟ ଫସି ରହିଥିଲା। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି, ନାଝରା ସ୍ଥିତ ମନ୍ଦିର ନିକଟରେ ରଖିଛନ୍ତି।
ତେବେ ସେମାନଙ୍କୁ ଆଜି ରନ୍ଧା ଖାଦ୍ୟ ଦିଆଯାଇବା ବେଳେ ଆସନ୍ତା କାଲି ସକାଳେ ବସ ଯୋଗେ ପରଜଙ୍ଗ ପଠାଯିବ ବୋଲି ପ୍ରଶାନିକ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ନଦୀ ଘାଟଟି ଆଇନ କି ବେଆଇନ ଭାବେ ଚାଲିଛି ତାହା ସ୍ଥାନୀୟ ପ୍ରଶାସନ ନିକଟରେ ଖବର ନଥିବା ବେଳେ, ପ୍ରତେକ ବର୍ଷ ଏହି ଯାତ୍ରା ଦେଖିବା ପାଇଁ ପରଜଙ୍ଗ ଅଞ୍ଚଳର ଲୋକ ବିପଦସଙ୍କୁଳ ଭାବେ ନଦୀ ପାର ହୋଇ ଯାଉଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି କାହିଁକି ଧ୍ୟାନ ଦେଉନାହିଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।