ଏନେଇ ଏସଆରସି ଟ୍ୱିଟ୍ କରି କହିଛନ୍ତି, ‘ #ODRAF କର୍ମଚାରୀ ସୀତାରାମ ମୁର୍ମୁ ଜଣେ ବିଶେଷଜ୍ଞ ଡାଇଭର ତଥା ସନ୍ତରଣକାରୀଙ୍କର ଦୁର୍ଭାଗ୍ୟଜନକ ଡଙ୍ଗା ଦୁର୍ଘଟଣାରେ ନିଖୋଜ ଥିଲେ । ଧବଳେଶ୍ୱର ନିକଟରେ ମୃତଦେହ ମିଳିଛି । ଏନେଇ ମୁଁ ଦୁଃଖିତ । ‘
#ODRAF personnel Sitaram Murmu, an expert diver &swimmer missing in y’day’s unfortunate boat tragedy is reported dead. Body found near Dhabaleswar. Very saddened. RIP. I request @DGPOdisha 2review SOP & order no outsider, civilian or media should be part of any rescue mission. — Pradeep Jena IAS (@PradeepJenaIAS) September 25, 2021
ଅପରେସନ ଗଜରାଜ ରେ ଗତକାଲି ଏକ ବୋଟ୍ ରେ ଅପରେସନ ଆରମ୍ଭ ହୋଇଥିଲା । ଯେଉଁଥିରେ ଓଡ୍ରାଫ୍ ଟିମ୍ ର 6 ଜଣ ରହିଥିଲେ । ସେଥିମଧ୍ୟରୁ ଜଣେ ନିଖୋଜ ରହିଥିଲେ । ଏହାପରେ ଏନଡିଆରଏଫ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଗତକାଲିଠୁ ଖୋଜାଖୋଜି ଚାଲିଥିବାବେଳେ ଆଜି ନରାଜ ନିକଟରୁ ସୀତାରାମ ମୁର୍ମୁଙ୍କର ମୃତଦେହ ମିଳିଛି । ଏନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।
ସେପଟେ ହାତୀଟି ବିଳମ୍ବିତ ରାତିରେ ମୁଣ୍ଡଳୀ ବ୍ରିଜରୁ ଭାସି ଯାଇଛି । ବର୍ତ୍ତମାନ ହାତୀ କେଉଁଠି ଅଛି କିଛି ସ୍ପଷ୍ଟ ଜଣାପଡିନାହିଁ ।