ସୂଚନାନୁଯାୟୀ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଘନାମାଲ ଗ୍ରାମର ସତ୍ୟଜିତ ସାହୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ମୃତ୍ୟୁ ହେବା ପରେ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଶବ ଘରେ ପଡି ରହିଥିଲା । ଏଭଳିକି 5 ଦିନ ପୂର୍ବରୁ ତାଙ୍କ ପୁଅର ମଧ୍ୟ କୋରୋନାରେ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ସ୍ତ୍ରୀ ଓ ଝିଅକୁ ମଧ୍ୟ କୋରୋନାରେ ସଂକ୍ରମିତ ଥିବାବେଳେ ବୁଢା ବାପା ସତ୍ୟଜିତ ସାହୁଙ୍କ ମୃତ୍ୟ ପରେ କେହି ପାଖ ପଡିଶା ଶବ ସତ୍କାର କରିବା ପାଇଁ ଆସିନାହାନ୍ତି ।
ଏନେଇ ସ୍ଥାନୀୟ ପ୍ରଶାସନ ଉପଜିଲ୍ଲାପାଳ , ତହସିଲଦାର , ଏଡିଏମଓ ସମସ୍ତ ଅଧିକାରୀଙ୍କୁ ବୁଧବାର ଜଣାଇଥିଲେ ମଧ୍ୟ ଶବ ସତ୍କାର ପାଇଁ କୌଣସି ସହୟତା ମିଳିନାହିଁ । ସେପଟେ ବରଗଡର ଏକ ସ୍ବେଚ୍ଛାସେବୀ ସଂଘଠନ "ସଙ୍କଳ୍ପ ପରିବାର" ଖବର ପାଇ ବୁଧବାର ବିଳମ୍ବିତ ରାତିରେ ଘନାମାଲ ଗାଁରେ ପହଁଚିଥିଲେ । ହେଲେ ଶବ ନେବା ପାଇଁ ପ୍ରଶାସନକୁ ଗାଡି ପାଇଁ କହିଥିଲେ ମଧ୍ୟ ପ୍ରଶାସନ ଗାଡି ଯୋଗାଇବାରେ ଅସମର୍ଥ ହୋଇଛି । ତେବେ ନିଜେ ଏକ ଗାଡି ବରଗଡରୁ ଆଣି ଶବ ନେଇଥିବା ସହ ସତ୍କାର କରାଯାଇଛି ବୋଲି ଜଣାପଡିଛି ।