କଣ୍ଟାବାଞ୍ଜି ଆରପିଏଫ ଘଟଣାର ଖବର ପାଇ ଶବ ଜବତ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ରାତିରେ ଏଭଳି ଘଟଣା ଘଟିଥିବ ବୋଲି ଆରପିଏଫ ସନ୍ଦେହ କରୁଛି । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡ ଏବଂ ଗଣ୍ଡି ଅଲଗା ଅଲଗା ହୋଇ ପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ମୁରିବାହାଲ ଯାଉଥିବା ରେଳ ଲାଇନ ଘନାମହୁଲ ଗାଁ ରେଳ ଲାଇନ ପାଖରେ ଏକ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକଙ୍କ କୌଣସି ପରିଚୟ ମିଳିନାହିଁ।
କଣ୍ଟାବାଞ୍ଜି ଆରପିଏଫ ଘଟଣାର ଖବର ପାଇ ଶବ ଜବତ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ରାତିରେ ଏଭଳି ଘଟଣା ଘଟିଥିବ ବୋଲି ଆରପିଏଫ ସନ୍ଦେହ କରୁଛି । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡ ଏବଂ ଗଣ୍ଡି ଅଲଗା ଅଲଗା ହୋଇ ପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଏମ୍ ଏସ୍ ସ୍ବାମୀନାଥନଙ୍କ ପରଲୋକ । ଆରପାରିରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ‘ସବୁଜ ବିପ୍ଳବ’ର ଜନକ ଥିଲେ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ । ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।
ଆହୁରି ପଢନ୍ତୁ ଭାରତ ଖବର...
ପୁରୀ/ନୂଆଦିଲ୍ଲୀ: ଖୁସି ଓ ଗର୍ବର ବିଷୟ। ପୁରୀ ଜିଲ୍ଲାର ରଘୁରାଜପୁର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ର ମାନ୍ୟତା ଲାଭ କରିଛି। କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ଏନେଇ ଟୁଇଟ୍ କରି କହିଛନ୍ତି ଓଡ଼ିଶାର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ ଐତିହ୍ୟ ଗ୍ରାମ ଭାବେ ସୁଖ୍ୟାତି ଅର୍ଜନ କରିଥିବା ରଘୁରାଜପୁର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା ପାଇବା ଆମ ଓଡ଼ିଶା ପାଇଁ ଗର୍ବର ବିଷୟ । ଏଥିପାଇଁ ରଘୁରାଜପୁରର ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କିସନ ରେଡ୍ଡିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଶ୍ରୀଯୁକ୍ତ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ମୁଁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ସହ ‘ମୋ ମାଟି ମୋ ଦେଶ’ ଅଭିଯାନ ଅନ୍ତର୍ଗତ ଏହି ଐତିହ୍ୟ ଗ୍ରାମକୁ ଯାଇ ପ୍ରତିଭାବାନ ଶିଳ୍ପୀ ମାନଙ୍କୁ ସାକ୍ଷାତ୍ କରିଥିଲୁ । ଆମର କଳା ଓ ସଂସ୍କୃତିକୁ ଏକବିଂଶ ଶତାବ୍ଦୀର ନୂଆପିଢି ପାଖରେ ପହଞ୍ଚାଇ ପରମ୍ପରାକୁ ବଜାୟ ରଖିଥିବାରୁ ରଘୁରାଜପୁରର ପ୍ରତ୍ୟେକ ଶିଳ୍ପୀକାର ମାନଙ୍କୁ ସାଧୁବାଦ । ୨୦୨୩ ବର୍ଷ ପାଇଁ ଓଡ଼ିଶାର ଐତିହ୍ୟ ଗ୍ରାମ ରଘୁରାଜପୁର ବେଷ୍ଟ ଟୁରିଜିମ୍ ଭିଲେଜ ର ମାନ୍ୟତା ସହ ସମ୍ମାନିତ ହୋଇଛି। ଗତକାଲି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ସ୍ୱତସ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା। ମା'ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିବ। ଏବେବି ସଜେଇ ହେଲାଣି ରାଜଧରନୀ ସମେତ ବିଭିନ୍ନ ସ୍ଥାନ। ଏଥର ମଣ୍ଡପରେ ମିଟର ଲଗାଇବାକୁ ବାଧ୍ୟତାମୂଳକ କରିବ ବିଧ୍ୟୁତି ବିତରକ କମ୍ପାନୀ ଟାଟା ପାଓ୍ୱାର ଲିମିଟେଡ। ଯାହାକୁ ନେଇ ପୂଜା କମିଟିମାନଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଯେଉଁଠି ଭୁବନେଶ୍ୱରର ପୂଜା ମଣ୍ଡପରେ ହାଉସ ରେଣ୍ଟ ଛାଡ କରାଗଲା ସେଠି କଟକରେ ବିଦ୍ୟୁତ ଦେୟରେ ରିହାତି କାହିଁକି ଦିଆଯାଉନାହିଁ ବୋଲି କମିଟିଗୁଡିକ ପ୍ରଶ୍ନ କରିଛନ୍ତି।
ଗତବର୍ଷ ଦୁର୍ଗା ପୂଜାରେ ସହରର ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ ମିଟର ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ଜନିତ ମାନ୍ଦାବସ୍ଥା ଏବଂ ଆର୍ଥିକ ଦୁଃସ୍ଥିତି ଦର୍ଶାଇ ପୂଜା କମିଟିମାନେ ଏହାର ଜୋରଦାର ବିରୋଧ କରିଥିଲେ। ଫଳରେ ମିଟର ନଲଗାଇ ପୂର୍ବଭଳି କିଛି ନିର୍ଦ୍ଦେିଷ୍ଟ ଅର୍ଥରାଶି ବିନିମୟରେ ପୂଜା ଆୟୋଜକଙ୍କୁ ବିଦ୍ୟୁତ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷର ଏପରି ନିଷ୍ପତ୍ତିକୁ ନେଇ ଦୁର୍ଗାପୂଜା ପୂର୍ବରୁ ବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ଦୁର୍ଗାପୂଜା ଆସିଲେ କଟକ ସହର ଚଳଚଞ୍ଚଳ ହୋଇଉଠେ। ପୂଜା ପୂର୍ବରୁ ଆକର୍ଷଣୀୟ ସାଜସଜ୍ଜା ସହରବାସୀଙ୍କୁ ଉତ୍ସାହିତ କରିଥାଏ। ସୁଉଚ୍ଚ ତୋରଣ ସାଙ୍ଗକୁ ଲାଇଟ ଗେଟ୍ ଏବଂ ଆଲୋକ ସଜା ସହରର ରଙ୍ଗ ବଦଳାଇଦିଏ। ପ୍ରତ୍ୟେକ ପୂଜା କମିଟି ସାଜସଜା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଆଲୋକମାଳା ସାଙ୍ଗକୁ ଲାଇଟ ଗେଟ୍ କରି ଲୋକଙ୍କୁ ସ୍ୱାଗତ କରନ୍ତି। ବିଦ୍ୟୁତ ବିଭାଗର ଆକଳନ କହୁଛି, କଟକର ପ୍ରାୟ ୧୭୦ ପୂଜା ମଣ୍ଡପରେ ପୂଜାର ୫ଦିନ ଭିତରେ ପ୍ରାୟ ୧୦ ଲକ୍ଷ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରାଯାଇଥାଏ। ଫଳରେ ସହର ପାଇଁ ଆବା୍ୟକ ଦୈନିକ ବିଦ୍ୟୁତ ଯୋଗାଣର ୩ ଶହ ମେଗାଓ୍ୱାଟ ଅତିରିକ୍ତ ବୋଝ ପଡିଥାଏ। ଏ ବାବଦରେ ଯଦିଓ ପୂଜା କମିଟି ତରଫରୁ କିଛି ଟଙ୍କା ଡିପୋଜିଟ କରାଯାଏ କିନ୍ତୁ ତାର କୌଣସି ହିସାବ ନଥାଏ। ସହରର ପୂଜା କମିଟି ମାନେ ପ୍ରାୟ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ ବାବଦରେ ଅଗ୍ରୀମ ଡିପୋଜିଟ୍ କରି ମଣ୍ଡପକୁ ଲାଇନ ଆଣଶିଥାନ୍ତି। ପରେ ମନଇଚ୍ଛା ପାଞ୍ଚ ଦିନ ଧରି ବ୍ୟବହାର କରିଥାନ୍ତି। ଯାହାକୁ ନେଇ ଚଳିତ ବର୍ଷ ପୂଜା ଆୟୋଜକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଅଧିକ ପମନ୍ତୁ ଓଡିଶା ଖବର: