ମହିଳାଙ୍କ ନାମ ଐଶ୍ୱର୍ଯ୍ୟା ସାହାନାବାଗ ଘର ବାଙ୍ଗାଲୋର ଅଞ୍ଚଳରେ ବୋଲି ଖବର ମିଳିଛି। ସେ ୱଟର ରିସୋର୍ସେସକୁ ନେଇ ଏକ ଏନଜିଓ ପାଇଁ କାର୍ଯ୍ୟ କରନ୍ତି। ତେବେ ଗତକାଲି ରାତିରେ ତାଙ୍କ ସ୍ୱାମୀଙ୍କ ସହ ରାତିରେ କଥା ହୋଇଥିଲେ। ଫୋନରେ ଝଗଡା ହୋଇଥିଲା।
ଆଜି ସକାଳେ ବାରମ୍ବାର ତାଙ୍କ ଫୋନକୁ ତାଙ୍କ ସ୍ୱାମୀ ଫୋନ କରିଥିଲେ। ମାତ୍ର ଫୋନ୍ ରିଂ ହୋଇ କଟିଥିଲା। ସେ ହୋଟେଲକୁ ଅବଗତ କରିଥିଲେ। ହୋଟେଲ ପକ୍ଷରୁ ବାରମ୍ବାର ବେଲ୍ ମାରି ମଧ୍ୟ ନିରାଶ ହୋଇଥିଲେ। ପରେ ଡୁପ୍ଲିକେଟ ଚାବିରେ ରୂମ ଖୋଲିବା ପରେ ମହିଳା ରଶି ଲଗାଇଥିବା ଜଣାପଡିଥିଲା। ପୁଲିସକୁ ଖବର ଦେବା ପରେ ସମୁଦ୍ରକୁଳ ଥାନା ପୁଲିସ ଘଟଣାର ଛାନବିନ କରୁଛି। ତାଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ଆଇଆଇସି ସୂଚନା ଦେଇଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।