ଏପଟେ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର। ସମ୍ବଲପୁରର ବଡରମା ଉଡସୁଙ୍ଗ ରାସ୍ତା ଖେରିଆକାନି ଜଙ୍ଗଲୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣଙ୍କ ବଡରମା ଅଂଚଳର ଆଦିବାସୀ ନେତା ରମେଶ ପ୍ରଧାନ। ସେ ଗଳିତ ଶବ ନିକଟରେ ସାଇକେଲ, ଚପଲ ଓ ଟୋପି ରହିଥିବା ଦେଖାଯାଇଛି। ସେ ୩ ଦିନ ତଳେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗୌଡପାଲି ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରିବା ତଦନ୍ତ ଜାରି ରଖିଛି।
ପୋଖରୀରୁ ମୃତଦେହ ଉଦ୍ଧାର

ପୁରୀ: କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତାର ବାଲିଗୁଆଳି ନିକଟ ଏକ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳପାରିନାହିଁ। ସ୍ଥାନୀୟ ଲୋକ ମୃତଦେହ ଭାସୁଥିବା ଦେଖିବାକୁ ପାଇ ଏ ସମ୍ପର୍କରେ ପେଣ୍ଠକଟା ମେରାଇନ ଥାନା ପୋଲିସଙ୍କୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଗାଁ ଲୋକଙ୍କ ସାହାଯ୍ୟରେ ବ୍ୟକ୍ତି ଜଣକୁ ଉଦ୍ଧାର କରିଥିଲା l ପରେ ସ୍ଥାନୀୟ ଲୋକଙ୍କୁ ପଚାର ଉଚରା କରିବାରୁ ବ୍ୟକ୍ତି ଜଣକର ପରିଚୟ ମିଳିଥିଲା। ମୃତ ବ୍ୟକ୍ତି ଜଣକ ଗୋପାଳପୁର ଦାମ ଭୋଇ ବୋଲି ଜଣାପଡିଛି l
Download Argus News App
