ପରିବାର ବର୍ଗଙ୍କ ସହିତ ସେ ଏବେ ଭୁବନେଶ୍ବରରେ ରହୁଥିବା ବେଳେ ପ୍ରଶିକ୍ଷକ ସ୍ମୃତିରଞ୍ଜନ ନାୟକ ଓ ସତ୍ୟଜିତ ପ୍ରତିହାରୀଙ୍କଠାରୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ପାଇଁ ବିଧବଦ୍ଧ ଭାବେ ପ୍ରଶିକ୍ଷଣ ନେଇଛନ୍ତି। ଇତିମଧ୍ୟରେ ସେ ୧୨ଟି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୨୦୨୧ମସିହାରେ ବଲାଙ୍ଗୀରଠାରେ ମିଷ୍ଟର ଓଡ଼ିଶା ଭାବେ ପୁରସ୍କୃତ ହୋଇଥିଲେ ।
ଏହାଛଡା ଅନେକ ରୌପ୍ୟ ଓ ସ୍ଵର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି । ସମ୍ପ୍ରତି ରାୟଗଡ଼ାରେ ଫିଟ୍ନେସ୍ ମଡେଲ ଭାବେ ସ୍ଵର୍ଣ୍ଣପଦକ ଜିତି ସୁରେନ୍ଦ୍ର ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ମାସରେ ହରିୟାଣାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ବଡ଼ି ବିଲ୍ଡର ସୁରେନ୍ଦ୍ରଙ୍କ ପାଇଁ ଏବେ ବାଧକ ସାଜିଛି ଅର୍ଥ ।
ଏଣୁ ରାଜ୍ୟ ତଥା ଜିଲ୍ଲା ଓ ବ୍ଲକ ପାଇଁ ଗୌରବ ଆଣିଥିବା ସୁରେନ୍ଦ୍ରଙ୍କ ପାଇଁ ଏବେ ସରକାରୀ ଓ ବେସରକାରୀ ସହାୟତା ଜରୁରୀ ହୋଇପଡ଼ିଛି। ବିଶେଷ କରି ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଏହା ଉପରେ ଦୃଷ୍ଟି ଦେଲେ ଆଗାମୀ ଦିନରେ ସୁରେନ୍ଦ୍ର ଓଡ଼ିଶା ପାଇଁ ଆହୁରି ବଡ଼ ସଫଳତା ଆଣିବେ ଏଥରେ ସନ୍ଦେହ ନାହିଁ । ଏ ନେଇ ସ୍ଥାନୀୟ ସରପଞ୍ଚଙ୍କ ସହ ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ସୁରେନ୍ଦ୍ର ।