ପିତାଙ୍କ ଦେହାନ୍ତ ପରେ ଭାଇ ବିଭୂ କଲ୍ୟାଣ ରାଉତ ଓ କଳ୍ପନା ରାଉତ ଏହି ଜମିର ଉତ୍ତରାଧିକାରୀ । କିନ୍ତୁ ଏହି ଜମିକୁ ତାଙ୍କ ଭାଇ ବିଭୂକଲ୍ୟାଣ ଚଂଚକତା କରି ନିଜ ନାମରେ ପଞ୍ଜୀକୃତ କରିଥିବା ଅଭିଯୋଗ କରି ଗତ ସେପ୍ଟେମ୍ବର ମାସ ୮ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଆଉ ଏ ସମ୍ପର୍କିତ ଖବର ଅର୍ଗସ ନ୍ୟୁଜ ମାଧ୍ୟମରେ ପ୍ରକାଶ କରାଯାଇଥିଲା । ଖବର ପ୍ରକାଶ ପାଇବା ପରେ ଜ୍ଲିଲା ପ୍ରଶାସନ ଘଟଣାର ତଦନ୍ତ କରି ବୋଲଗଡ଼ ତହସିଲକୁ ବିଭୂକଲ୍ୟାଣଙ୍କ ନାମରେ ହୋଇଥିବା ପଟାକୁ ରଦ୍ଦ କରିବା ସହ ନୂତନ ପଟା ଉଭୟଙ୍କ ନାମରେ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଭାଇ ଦ୍ୱାରା ହଡପ ହୋଇଥିବା ସମ୍ପତି ନିଜ ନାମକୁ ଆସିବା ପରେ ଖୁସିବ୍ୟକ୍ତ କରିଛନ୍ତି କଳ୍ପନା ଏବଂ ତତ୍କାଳୀନ ତହସିଲଦାର ଓ ଉପନିବନ୍ଧକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ସେହିପରି ବୋଲଗଡ଼ ବିଡ଼ିଓ ଧୋବେଇ ନାୟକ ବୋଲଗଡ଼ ତହସିଲଦାର ଓ ସବରେଜିଷ୍ଟାର ଦାୟିତ୍ୱରେ ଥିବା ସମୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତାଙ୍କ ସମୟରେ ହୋଇଥିବା ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଆଇନଜୀବୀ ଲୁନି ପରିଡା ।