ବୋଲେରୋ ଗାଡ଼ି ଟି ବସ୍ ର ଡାହାଣ ପାର୍ଶ୍ଵରେ ଘଷି ହୋଇ ପଛ ଚକାରେ ପିଟି ହେବା ଫଳରେ ଉଭୟ ବସ୍ ଓ ବୋଲେରୋର ଚକା ଫାଟିଯିବା ସହ ବୋଲେରୋ ଗାଡ଼ିଟି ଅଧିକ ଭାଙ୍ଗି ରୁଜି ଯାଇଛି । ତେବେ ବସ୍ ରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ବୋଲେରୋ ଗାଡ଼ିରେ ମଧ୍ୟ ଡ୍ରାଇଭର ସହ ମୋଟ ୪ ଜଣ ଥିଲେ । ତେବେ ଉଭୟ ଗାଡ଼ିର ଯାତ୍ରୀ ମାନେ ଅଳ୍ପକେ ରକ୍ଷାପାଇଯାଇଛନ୍ତି, ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ମୋହନା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର