କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ
ସମ୍ବଲପୁର: ବୁର୍ଲା ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଡିଭାଇଡରକୁ ଚଢିଲା ବୋଲେରୋ । ଅଳ୍ପକେ ବର୍ତିଲେ ଏକାଧୀକ ରୋଗୀ ଓ ସମ୍ପର୍କୀୟ । ଏକ ବଲେରୋ ଗାଡି ମେଡିକାଲରୁ ରୋଗୀ ଛାଡି ଫେରୁଥିବା ବେଳେ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଥିବା ରାସ୍ତା ମଝିର ଡିଭାଇଡର ଉପରକୁ ମାଡିଯାଇଥିଲା ।
ଫଳରେ ଏହି ରାସ୍ତା ଦେଇ ଆସୁଥିବା ଅନେକ ଲୋକଙ୍କ ସମେତ କିଛି ରୋଗୀ ସମ୍ପର୍କୀୟ ଏବଂ ମେଡିକାଲ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହେବା ପରେ ଗାଡି ଚାଲକ ଜଣକ ଘଟଣା ସ୍ଥଳରୁ ଫେରାର୍ ମାରିଛନ୍ତି ।