ଅର୍ଗସ ବ୍ୟୁରୋ: ପୂର୍ବ ଶତ୍ରୁତାରୁ ରାଜଧାନୀରେ ବୋମାମାଡ଼ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପ୍ରଧାନସାହିରେ ଫୁଟିଲା ବୋମା। ବିଳମ୍ବିତ ରାତିରେ ହୋଇଛି ବୋମାମାଡ଼। ୪, ୫ ଟି ବୋମା ମାଡ଼ ଫୁଟିଥିବା ସୂଚନା। କିଏ ଓ କାହିଁକି ରାତିରେ ବୋମାମାଡ଼ କଲା ସ୍ପଷ୍ଟ ହୋଇନି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସର ଛାନଭିନ୍ ଜାରି ରହିଛି। ଏଥିରେ କାହାର କିଛି ହୋଇନଥିବା ଜଣାପଡିନାହିଁ।
ରାଜଧାନୀରେ ଏ ଘଟଣା ନୂଆ ନୁହେଁ, ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି। ହେଲେ ଏନେଇ କୌଣସି ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ପୋଲିସ। ବଡ ପ୍ରଶ୍ନ ଉଠୁଛି କି, ରାଜଧାନୀବାସୀ କେତେ ସୁରକ୍ଷିତ। ଯଦି ଏହି ଭଳି ପରିସ୍ଥିତି ଲାଗିରୁହେ ତେବେ ଲୋକେ କିଭଳି ରହିବେ ତାହା ଚିନ୍ତାର କାରଣ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: