ବୋମାମାଡ଼ରେ ଦୁଇ ଜଣ ଆହାତ ହେବାର ସୂଚନା ମିଳିଛି। ଏଥିରେ ବିଜେଡି ଦଳର କୁଜି ନେତା ସମ୍ପୃକ୍ତ ଥିବାର ବୋମା ମାଡ଼ରେ କ୍ଷତି ଗ୍ରସ୍ତ ହୋଇଥିବା ଲୋକେ ସୂଚନା ଦେଇଛନ୍ତି। ଏହି ଘଟଣାରେ ଏକାଧିକ ଲୋକଙ୍କୁ ଅଟକ ରଖାଯାଇଛି।
ରାଜଧାନୀରେ ପୁଣି ବୋମା ମାଡ, ଏକାଧିକ ଅଟକ

ଭୁବନେଶ୍ଵର: ଏୟାର ଫିଲଡ଼ ଥାନା ଅଧିନ ସୁନ୍ଦରପଦାର ଆଜାଦ ନଗରରେ ବୋମା ମାଡ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମା ମାଡ ହୋଇଥିବା ଅନୁମାନ କରାଯାଇଛି। ପୂର୍ବରୁ ଗାଁ ସଭାପତି ପାଇଁ ବୈଠକ ବସିଥିଲା। ଏହା ସହ ବୈଠକରେ ସଭାପତି ଚୟନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ କଥା କଟା କାଟି ହୋଇଥିଲା। ଏହାକୁ କେନ୍ଦ୍ର କରି ଆଜି ବୋମା ମାଡ ହୋଇଥିବା ସୂଚନା ମିଳିଛି। ଏହି ବୋମା ମାଡ଼ ପରେ ଜଣକୁ ଖଣ୍ଡାରେ ଆକ୍ରମଣ କରି ଆହାତ କରିଛନ୍ତି।
Download Argus News App
