ଶ୍ରୀମନ୍ଦିର ପରିସରରେ ରକ୍ତଛିଟା...
ବ୍ରହ୍ମପୁର: ବ୍ରହ୍ମପୁର ସଦରଥାନା ଗୁରୁଣ୍ଠି ଶ୍ରୀରଙ୍ଗରାଜପୁର ଗାଁରେ ବୋମାମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଉକ୍ତ ଗାଁର ଜଣେ ଦୁର୍ବୃତ୍ତ ସେହି ଗାଁର ପି.ତ୍ରିଲୋଚନ ପାତ୍ରଙ୍କୁ ଧମକଚମକ ଦେଉଥିଲା ।
ରାତି 12ଟାବେଳେ ପି.ତ୍ରିଲୋଚନ ଓ ତାଙ୍କ ପତ୍ନୀ ଘରେ ଥିବାବେଳେ ଦୁର୍ବୃତ୍ତ ଜଣଙ୍କ ଘର ଉପରକୁ ବୋମା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘର ବାହାରକୁ ଆସି ଦେଖିଲାବେଳକୁ ତାଙ୍କ ସିଡ଼ି, ଘର ଦାଣ୍ଡରେ ବୋମାର ଟୁକୁଡ଼ା ପଡିଥିଲା । ଏ ନେଇ ଅଭିଯୋଗ ଦେବା ପରେ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।