ପୁରୀ: ପୁରୀ ରାମଚଣ୍ଡି ଥାନା ଅଧୀନ ଛଇତନା କବିରାଜପୁର ଛକରେ ବୋମାମାଡ । ଏକ ଥଣ୍ଡା ଦୋକାନ ଓ ଢାବା ଉପରକୁ ଲଗାତାର ଭାବେ ୫ଟି ବୋମା ମାଡ ହୋଇଛି । ବୋମା ମାଡ କରି ୮ଜଣ ଖସି ପଳାଉଥିବା ବେଳେ ଜଣକୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ଛେଚିବା ପରେ ପୋଲିସ ଜିମା ଦେଇଛନ୍ତି । ବୁଧବାର ଅପରାହ୍ନରେ କବିରାଜପୁର ଛକରେ ଥିବା ବିଜୟ ନାୟକଙ୍କ ଢାବାକୁ ୮ଜଣ ଯୁବକ ଖାଇବାକୁ ଆସିଥିଲେ । ହେଲେ କୋଣସି କାରଣରୁ ଢାବା ମାଲିକଙ୍କ ସହ ସେମାନଙ୍କ ପାଟି ତୁଣ୍ଡ ହୋଇଥିଲା । ଏଥିରେ ଯୁବକ ମାନେ ଉତ୍କ୍ଷିପ୍ତ ହୋଇ ତାଙ୍କୁ ହତ୍ୟା ଧମକ ଦେଇ ପଳାଇ ଯାଇଥିଲେ । ତାର କିଛି ସମୟ ପରେ ଯୁବକମାନେ ପୁଣି ସେହି ଢାବା ନିକଟରେ ପହଞ୍ଚି ଲଗାତାର ଭାବେ ବୋମାମାଡ଼ କରିଥିଲେ ।
ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପହରଣ ଉଦ୍ୟମ ଫେଲ୍ । କମିଶନରେଟ ପୋଲିସର ବଡ଼ଗଡ଼ ଥାନାକୁ ବଡ଼ ସଫଳତା । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ରବି ଟକିଜ ଛକ ନିକଟରେ ଏକ ପିକ ଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ କେନ୍ଦ୍ର କରି ଡିଜେ ଗାଡି ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇନେଇଥିଲେ । ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅର୍ଗସ ବ୍ୟୁରୋ : ତେଲେଙ୍ଗାନା ଡିଣ୍ଡିଗୁଲ ବାୟୁସେନା ଏକାଡେମୀରେ ଟ୍ରେନିଂବେଳେ ଅଘଟଣ । ପାଇଲଟସ୍ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଦୁଇ ଭାରତୀୟ ବାୟୁସେନା ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଏବଂ ଜଣେ କ୍ୟାଡେଟ୍ ଥିବା ସୂଚନା ଦେଇଛନ୍ତି ଭାରତୀୟ ବାୟୁସେନା ଅଧିକାରୀ ।
ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି କି, ସକାଳ ୮.୫୫ ମିନିଟରେ ତେଲେଙ୍ଗାନାର ଡିଣ୍ଡିଗୁଲରେ ଏୟାରଫୋର୍ସ ଏକାଡେମୀର ପିଲାଟସ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି । ଖବର ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମୀରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମକେ-୨ କ୍ରାସ୍ ହୋଇଛି । ଏଥିରେ ଦୁଇ ଜଣ ପାଇଲଟ ଥିଲେ । ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍ ସାମିଲ ଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ତଦନ୍ତ ଜାରି ରହିଥିବା ଭାରତୀୟ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ରାଜନାଥ ସିଂ ଲେଖିଛନ୍ତି, ‘ହାଇଦ୍ରାବାଦ ପାଖରେ ହୋଇଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ଅତନ୍ତ ଦୁଃଖିତ । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ମୋର ସମବେଦନା ।
ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଲା କଟକ ଏସସିବି ମେଡିକାଲର ଅବ୍ୟବସ୍ଥା । ଏସସିବି ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ବନ୍ଦ । ଶବ ବ୍ୟବଚ୍ଛେଦ ଗୃହ ବାହାରେ ଓ ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି । ଫଳରେ ସକାଳ ୯ ଠାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବନ୍ଦ ହୋଇ ରହିଛି। ବାହାରେ ମୃତ ଶରୀରର ଗୁଡ଼ିକ ଶବବୁହା ଟ୍ରଲି ଉପରେ ପଡି ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏସସିବିରେ ପ୍ରତିଦିନ ୪୦ ୫୦ ଶବବ୍ୟବଚ୍ଛେଦ କରାଯାଇଥାଏ । ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ, ବାରମ୍ବାର ବାରମ୍ବାର ନର୍ଦ୍ଦମା ପୋଷ୍ଟମର୍ଟମ ଗୃହ ପଶିଥାଏ ବୋଲି ଅଭିଯୋଗ ହୋଇଛି । ଗତକାଲିଠୁ ପୋଷ୍ଟମର୍ଟମ ଗୃହରେ ଏପରି ବ୍ୟବସ୍ଥା ଦେଖାଯାଇଥିବା ସୂଚନା ରହିଛି ।