ଅର୍ଗସ ବ୍ୟୁରୋ : କୋରୋନା ମହାମାରୀ ପରେ ଫିକା ପଡିଛି ପତ୍ରିକା ବଜାରର ମାହୋଲ । ପୂର୍ବରୁ ସାଧାରଣ ଲୋକେ ତଥା ପାଠକଙ୍କ ମନରେ ପତ୍ରିକା ପାଇଁ ଉତ୍ସାହ ଦେଖିବାକୁ ମିଳୁଥିଲା । ଦୁର୍ଗାପୂଜା ହେଉ ଅବା କାଳୀ ପୂଜା କିମ୍ବା ନିର୍ବାଚନୀ ସମୟ, ସବୁବେଳେ ପତ୍ରିକାର ଚାହିଦା ଦେଖିବାକୁ ମିଳୁଥିଲା । ଏବେ ଏସବୁର ଚାହିଦା କମିଥିବା ଦେଖିବାକୁ ମିଳୁଥିବା ବେଳେ ଚିନ୍ତାରେ ପ୍ରତିକା ବ୍ୟବସାୟୀ। ରାଜଧାନୀ ଭୁବନେଶ୍ବର ସ୍ଥିତ ପୁରୁଣା ବସ ଷ୍ଟାଣ୍ଡରେ ଥିବା ପତ୍ରିକା ବଜାରରେ ଆଗରୁ ପାଠକଙ୍କ ଭିଡ ଜମୁଥିଲା। ତେବେ ବର୍ତ୍ତମାନ ସ୍ଥିତି ବଦଳିଯାଇଥିବା ବେଳେ ପାଠକ ଏବଂ ସାହିତ୍ୟିକ ମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ରାଜ୍ୟର ଅନ୍ୟସ୍ଥାନ ଗୁଡିକରେ ମଧ୍ୟ ପତ୍ରିକା ନିଜର ପରିଚୟ ହରାଇବାକୁ ବସିଲାଣି । ଲେଖକଙ୍କ ପେଣ୍ଠସ୍ଥଳୀ ଭାବେ ପରିଚିତ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି। କୋଭିଡ ପରେ ପ୍ରକାଶନ ସଂସ୍ଥା ଗୁଡିକର ଆର୍ଥିକ ମେରୁଦଣ୍ଡ ପ୍ରଭାବିତ ହୋଇଛି । ସେହିପରି ପୂର୍ବ ଭଳି ଉଚ୍ଚକୋଟୀର ଲେଖା ଓ ଲେଖକଙ୍କ ଅଭାବ ଯୋଗୁ ମଧ୍ୟ ପ୍ରତିକା ପ୍ରତି ଲୋକଙ୍କ ରୁଚି କମିଯାଉଥିବା ସାହିତ୍ୟିକ ମାନେ ମତ ଦେଇଛନ୍ତି । କେବଳ କରୋନା ଢାଲ ନୁହେଁ ବରଂ ସାଧାରଣ ପିଲାମନଙ୍କୁ ପତ୍ରିକା ପଢ଼ାଇବା ଦିଗରେ ଉତ୍ସାହିତ କରାଇଲେ ପାଠକ ସହ ଲେଖକଙ୍କ ସଂଖ୍ୟା ବୃଦ୍ଧି ହେବେ ବୋଲି ଅନେକ ବୁଦ୍ଧିଜୀବୀଙ୍କ ମତ ।