ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲାରେ । ଗତ ୨୪ ତାରିଖରେ ତୁରକେଲା କଲେଜ ନିକଟରେ ଥିବା ରାଜୁ ଜଙ୍ଗଲରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ମୃତ ଯୁବତୀ ତନୁ ବୋଲି ଜଣାପଡ଼ିଥିଲା । ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଏସ୍ପି ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ, ପୂର୍ବରୁ କଣ୍ଟାବାଞ୍ଜିରେ ରହୁଥିବା ସଚିନ ଅଗ୍ରୱାଲଙ୍କ ସହିତ ତନୁଙ୍କର ପ୍ରେମ ରହିଥିଲା ।
ସଚିନ ଅଗ୍ରୱାଲ ତନୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ତନୁଙ୍କୁ ସଚିନ ଭଲପାଉଥିବା ବେଳେ, ଅନ୍ୟ ଏକ ପୁଅ ତାଙ୍କୁ ଫୋନ କରୁଥିବା ସନ୍ଦେହ କରୁଥିଲା ସଚିନ । ତନୁଙ୍କୁ ସଚିନ ଏକ ଗାଡ଼ିରେ ବଙ୍ଗୋମୁଣ୍ଡା ଆଣିବା ସହ ସେଠାରେ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସଚିନ ପାଖରେ ରଖିଥିବା ପିସ୍ତଲରେ 3 ରାଉଣ୍ଡ ଗୁଳି କରି ତନୁଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ତୁରେକେଲା ରାସ୍ତା ଜଙ୍ଗଲରେ ପ୍ରେଟ୍ରୋଲ ଢାଳି ଝିଅକୁ ପୋଡ଼ି ଦେଇଥିବା ପୋଲିସ ସୂଚନା ଦେଇଛି ।
ସଚିନ ଯେଉଁ ପିସ୍ତଲରେ ତନୁଙ୍କୁ ହତ୍ୟା କରିଥିଲା ସେହି ପିସ୍ତଲ କଣ୍ଟାବାଞ୍ଜିର ସୁରଜ ଅଗ୍ରୱାଲକୁ ରଖିବା ପାଇଁ ଦେଇଥିଲା । ପୋଲିସ ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି । ସାମ୍ବାଦିକ ସମ୍ମିଳନୀରେ ପୁରା ଘଟଣା ସଂପର୍କରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସ୍ଡିପିଓ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।