ତେବେ ଏଠିକାର ଜଣେ ଯୁବକ ଦାସ ବାଗ ସହିତ ତାଙ୍କର ଦେଖା ସାକ୍ଷ୍ୟାତ ହେବାସହ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ଏବଂ ଗତକାଲି ପ୍ରେମିକ ଦାସ ବାଗ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା । ଯାହାକୁ ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରିବାରୁ ସେ ଏକ ନିଛାଟିଆ ପୋଖରୀ ନିକଟରେ ତାକୁ ଦୁଷ୍କର୍ମ କରିଥିଲା ।
ଲୋକଲଜ୍ୟାରୁ ଯୁବତୀଙ୍କୁ ହତ୍ୟା ଉଦ୍ୟମ କରି ଭୁଜାଲିରେ ତାକୁ ମରଣାନ୍ତକ ଆକ୍ରମଣ କରିଥିଲା । ସେପଟେ ଯୁବତୀ ଜଣକ କୌଶଳ କ୍ରମେ ସେଠୁ ଖସି ଆସିଥିବାବେଳେ
କନ୍ଦପାଳି ନିକଟରେ ସେ ଚେତା ଶୁନ୍ୟ ହୋଇପଡିଥିଲେ । ସେପଟେ ସ୍ଥାନୀୟ ଲୋକେ ଆଜି ତାଙ୍କୁ ଲହୁ ଲୁହାଣ ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ସମ୍ପୃକ୍ତ ଯୁବତୀର ଅବସ୍ଥା ଗୁରୁତର ଥିବାର ଜଣାପଡ଼ିଛି ।
ସେପଟେ ଯୁବତୀ ଜଣକ ଅଭିଯୋଗ ଅନୁସାରେ ତାଙ୍କ ମା-ବାପାଙ୍କ ଦେହାନ୍ତ ପରେ ସେ ପେଟପାଟଣା ପାଇଁ ବଲାଙ୍ଗୀର ଆସିଥିଲେ । ଏବଂ ତିନି ବର୍ଷ ହେବ ଏଠି ରହୁଥିବାବେଳେ ଘର କାମ କରି ପେଟ ପୋଷଣ କରୁଥିଲେ ।
ତେବେ ଇତିମଧ୍ୟରେ ଦାସ ବାଗ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା । ଏବଂ ତାହା କ୍ରମେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ତଦନ୍ତ ଜାରି ରଖିଛି ।