ଅର୍ଗସ ବ୍ୟୁରୋ: ସରପଞ୍ଚ ହେବତ ଏମିତି ! ବ୍ରହ୍ମଗିରିର ରାଧାରାଣି ଦଳାଇ ଯେମିତି । ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରଖିଲେ ମହିଳା ସରପଞ୍ଚ। ନିର୍ବଚନ ପୂର୍ବରୁ ନିଜ ପଞ୍ଚାୟତକୁ ସ୍ବଚ୍ଛ ଓ ସୁନ୍ଦର ଭାବେ ଗଢିତୋଳିବାକୁ ଭୋଟରଙ୍କୁ ଦେଇଥିଲେ ପ୍ରତିଶ୍ରୁତି। ନିର୍ବାଚନ ଜିତିବାପରେ ଆରମ୍ଭ କରିଛନ୍ତି ''ସ୍ବଚ୍ଛ ବ୍ରହ୍ମଗିରି ଲକ୍ଷ୍ୟ ଆମରି'' ଅଭିଯାନ। ଆମେ କହୁଛୁ ବ୍ରହ୍ମଗିରି ବ୍ଲକର ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚ ରାଧାରାଣି ଦଳାଇଙ୍କ କଥା। ଯାହାଙ୍କର କାର୍ଯ୍ୟ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ସୂର୍ଯ୍ୟୋଦୟ ପୂର୍ବରୁ ପ୍ରତିଦିନ ହାତରେ ଗ୍ଲୋବ୍ସ ଝୁଡି ଏବଂ ଟ୍ରେ ଧରି ସାଙ୍ଗରେ ସମର୍ଥକଙ୍କୁ ଧରି ବାହାରିପଡିଥାନ୍ତି ବଜାରରୁ ପଲିଥିନ ଓ ପ୍ଲାଷ୍ଟିକ ସଫା କରିବାକୁ। ମହିଳା ସରପଞ୍ଚଟିଏ ହୋଇ ମଧ୍ୟ ମନରେ ନ ଥାଏ ସଙ୍କୋଚ। ବ୍ରହ୍ମଗିରି ପଞ୍ଚାୟତକୁ ସ୍ବଛ ରଖିବାକୁ ବୁଲିବୁଲି ବାର୍ତ୍ତା ବାଣ୍ଟିବା ସହ ବଜାରରେ ଥିବା ଦୋକାନ ସମ୍ମୁଖରେ ପଡିଥିବା ଅଳିଆ ଗୋଟାଇ ଆଣାଥାନ୍ତି ରାଧାରାଣି। ରାଧାରାଣିଙ୍କ ଏପରି ମହନ କାର୍ଯ୍ୟକୁ ଦେଖି ଦୋକାନି ମାନେ ମଧ୍ୟ ଦୋକାନରୁ ବାହାରୁଥିବା ପ୍ଲାଷ୍ଟିକ୍ ଓ ପଲିଥିନିକୁ ଏକାଠି ରଖି ସରପଞ୍ଚ ଧରିଥିବା ଟ୍ରେ’ରେ ପକାଇଥାନ୍ତି। ଆଉ ଟ୍ରେ’କୁ ବୋହି ବୋହି ଗାଡିରେ ଲଦି ଦେଇଥାନ୍ତି ଅଳିଆ ଆବର୍ଜନା।
ବିଧାୟକ ଉନ୍ନୟନ ପାଣ୍ଠିରୁ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପତ୍ର ବ୍ରହ୍ମଗିରି ପଞ୍ଚାୟତ କୁ ଯୋଗଇ ଦେଇଛନ୍ତି ଗୋଟିଏ ଅଳିଆବୁହା ଗାଡି। ମାଗଣାରେ ପ୍ରତିଦିନ ସକାଳେ ଓ ସଞ୍ଜରେ ଦିନକୁ ୨ଥର ଅଳିଆ ବୁହା ଗାଡି ବ୍ରହ୍ମଗିରି ବଜାର ସହ ଆଖପାଖ ଗାଁ ବୁଲିବୁଲି ଅଳିଆ, ଆବର୍ଜନା ସଂଗ୍ରହ କରିଥାଏ। ବ୍ରହ୍ମଗିରି ବ୍ଲକର ମୁଖ୍ୟ ଓ ପ୍ରମୁଖ ପଞ୍ଚାୟତ ମଧ୍ୟରୁ ବ୍ରହ୍ମଗିରି ପଞ୍ଚାୟତ ହେଉଛି ଅନ୍ୟତମ। ଓଡିଶା ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଉଛି ବ୍ରହ୍ମଗିରିର ଆରାଧ୍ୟ ଠାକୁର ଅଲାରନାଥ ପୀଠ, ମା ବାଲିହରଚଣ୍ଡି ପୀଠ ଏବଂ ସାତପଡାର ଚିକିଲା। ଏହି ସ୍ଥାନକୁ ପ୍ରତିଦିନ ଦେଶ ବିଦେଶର ଶହଶହ ପର୍ଯ୍ୟଟକ ଆସିଥିନ୍ତି। ଆସୁଥିବା ପର୍ଯ୍ୟଟମାନେ ଗୋଟେ ସ୍ବଚ୍ଛ ଓ ସୁସ୍ଥ ବାତାବରଣ ଅନୁଭବ ନେଇ ଫେରିବାସହ, ବ୍ରହ୍ମଗିରି କୁ ସ୍ବଚ୍ଛ ରଖିବାର ଲକ୍ଷରେ '' ସ୍ବଚ୍ଛ ବ୍ରହ୍ମଗିରି ଲକ୍ଷ ଆମରି'' ଅଭିଯୋନ ଆରମ୍ଭ ହୋଇଥିବା କହିଛନ୍ତି ସରପଞ୍ଚ ରାଧାରାଣି ଦଳାଇ।
ମହିଳା ସରପଞ୍ଚ ଙ୍କ ଏଭଳି ମହାନ କାର୍ଯ୍ୟକୁ ନେଇ ସବୁରି ମହଲରୁ ମିଳୁଛି ଭୁରିଭୁରି ପ୍ରଶଂସା । ପ୍ରଧାନ ମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନ ନାରାରେ ଅନୁପ୍ରଣିତ ହୋଇ ଆଗକୁ ବଢୁଛନ୍ତି ମହିଳା ସରପଞ୍ଚ ରାଧାରାଣି ଦଳାଇ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ