ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ତେଇଶିପୁର ନିକଟରେ ଭୁବନେଶ୍ବର ଜଦୁପୁର ଅଞ୍ଚଳର ଦମ୍ପତି ପୁରୀରୁ ବାଇକ୍ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଘଟିଥିଲା ବାଇକ୍ ଦୁର୍ଘଟଣା । ସେହି ରାସ୍ତା ଦେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯାଉଥିବା ବେଳେ ଲୋକେ ରୁଣ୍ଢ ହୋଇଥିବା ଦେଖି ଅଟକିଥିଲେ । ଆହତ ଦମ୍ପତିଙ୍କୁ ଟେକି ନିଜ ଗାଡିରେ ମଙ୍ଗଳପୁର ଡାକ୍ତର ଖାନାରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ ବିଧାୟକ । ଆହତ ଦମ୍ପତିଙ୍କୁ ଉତମ ଚିକିତ୍ସା କରାଇବାକୁ ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ।