ଏଥିପାଇଁ ଆବେଦନକାରୀଙ୍କ ରିଟ୍ ଆବେଦନକୁ ସ୍ମାରକପତ୍ର ଭାବେ ଗ୍ରହଣ କରାଯିବ । ରାଜ୍ୟ ସରକାର ଏହା ଉପରେ ଗ୍ରହଣ କରିକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ୮ ସପ୍ତାହ ଭିତରେ ଆବେଦନକାରୀଙ୍କୁ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀକୁ ମାଆ କହି ଚଞ୍ଚକତା ପରେ ଏବେ ରାଜ୍ୟ ସରକାରଙ୍କ ବ୍ରାହ୍ମଣୀ ପ୍ରତାରଣା ।
୨୦୧୬ରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭିତ୍ତି କରି ହାଇକୋର୍ଟରେ ଏକ ପିଟିସନ୍ ରୁଜୁ ହୋଇଥିଲା । ହାଇକୋର୍ଟ କେନ୍ଦ୍ରୀୟ ଜଳ ସମ୍ପଦ ଆୟଗକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୭, ଅଗଷ୍ଟ ୩୦ରେ କେନ୍ଦ୍ର ସରକାର ଜବାବ ଦାଖଲ କରିଥିବା ସମୟରେ ଓଡ଼ିଶା ସରକାର ଓ ଝାଡଖଣ୍ଡ ସରକାର ଏ ପର୍ଯ୍ୟନ୍ତ ଜବାବ ଦାଖଲ କରି ନାହାନ୍ତି । ଝାଡଖଣ୍ଡ ଲାଭରେ ଉତ୍ତରଠୁ ଦୂରରେ ରହିବା ସ୍ବାଭାବିକ । ମାତ୍ର ଓଡ଼ିଶାର ନିରବତା କାହା ସ୍ବାର୍ଥରେ ?
ବର୍ଷା ଦିନେ ପାଣିରେ ଉଛୁଳୁଛି କିନ୍ତୁ ଖରାଦିନେ ଶୁଖିଯାଉଛି । ଗୋଟିଏ ପଟେ ଝାଡଖଣ୍ଡର ଏକାଧିକ ବ୍ୟାରେଜ ଅନ୍ୟପଟେ ନଦୀ ଗର୍ଭ ଦିନକୁ ଦିନ ପୋତି ହେଉଥିବାରୁ ଖରାଦିନ ପାଇଁ ସଂରକ୍ଷିତ ହୋଇପାରୁନି ବର୍ଷା ଜଳ । ବ୍ରାହ୍ମଣୀ ନଦୀ ଝାଡଖଣ୍ଡ ରାଜ୍ୟର ଉପରମୁଣ୍ଡରେ ସାଉଥ କୋଏଲ ନଦୀ ଭାବେ ରାଞ୍ଚିର ନାଗରି ଗାଁରୁ ବାହାରିଛି । ଏହାର ମୁଖ୍ୟ ଶାଖା ନଦୀ ଶଙ୍ଖ, ଟିକ୍ରା ଓ କାରୋ ହୋଇଥିବା ବେଳେ ଏହିଠାରୁ ହଁ ଖରସ୍ରୋତାର ଉତ୍ପତି । ବ୍ରାହ୍ମଣୀ ଶୁଖୁଥିବା ବେଳେ ଚିନ୍ତା ବଢିଛି । ମହାନଦୀକୁ ନେଇ ଅଚିନ୍ତାରେ ଥିବା ସରକାର ବ୍ରାହ୍ମଣୀକୁ ନେଇ ମୁହଁ ବନ୍ଦ ରଖିଛନ୍ତି ।