ନୟାଗଡ଼: ନୟାଗଡ଼ରୁ ଛତିଶଗଡ଼ ବେଧଡ଼କ ବାଲି ଚୋରା ଚାଲାଣ । ମାଲେମାଲ ହେଉଛନ୍ତି ମାଫିଆ, ଏପଟେ କିନ୍ତୁ ବାରମ୍ବାର ଅଭିଯୋଗ ପରେ ବି ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ। ସୀମାନ୍ତରେ ଥିବା ଯୋଙ୍କ ନଦୀର ଭୁଶୁଡ଼ି ଗାଁ ନିକଟ ଘାଟରୁ ଖୋଲାଖୋଲି ବାଲି ଲୁଟ କରି ଛତିଶଗଡ଼ ଚାଲାଣ କରୁଛନ୍ତି ମାଫିଆ । ଅର୍ଗସ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ବାଲି ଲୁଟର ଦୃଶ୍ୟ । ପ୍ରତି ଟ୍ରିପ ପ୍ରତି ଗାଁଲୋକଙ୍କୁ ମାତ୍ର ଶହେ ଟଙ୍କା ଦେଇ ଘାଟରୁ ବାଲି ଉଠାଉଥିବା ସ୍ବୀକାର କରିଛନ୍ତି ମାଫିଆ ।
ଏପଟେ ଚୋରା ଚାଲାଣ ଉପରେ ଲଗାମ ଲଗାଇବା ସହ ତୁରନ୍ତ ଟେଣ୍ଡର ପ୍ରକ୍ରିୟାରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ସରପଞ୍ଚ। ନୂଆପଡ଼ା ତହସିଲ ଅଧୀନ ୯ଟି ବାଲି ଖାଦାନରୁ ଟେଣ୍ତର ହୋଇ ବାଲି ଉଠାଣ ହେଉଛି। ସେହିପରି ଦୁଇଟି ହଲଦୀ ବାଲି ଖାଦାନ, କୁରୁମୁଣ୍ତା, ଭୁଷୁଡ଼ି, ସାରାବଙ୍ଗ, ପରସାଭଦର ଭଳି ବାଲି ଖାଦାନ ଟେଣ୍ତର ହୋଇଥିଲେ ବି ଆବଶ୍ୟକ କାଗଜାତ ଅଭାବରୁ ବାଲି ଉଠାଣ ପାଇଁ ରାଜସ୍ବ ବିଭାଗ ଅନୁମତି ଦେଇନାହାନ୍ତି।
ଏହି ସବୁ ଖାଦାନରୁ ବେଆଇନ ଭାବେ ବାଲି ଉଠାଣ କରି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଲୋକେ ଟାସ୍କ ଫୋର୍ସ ଗଠନର ବାହାନା କରି ମାଫିଆଙ୍କ ପାଇଁ ଜିଲ୍ଲା ପ୍ରଶାସନ ଗଳାବାଟ କରିଥିବା ଅଭିଯୋଗ କରିଛନ୍ତି ଲୋକେ । ଓଡ଼ିଶାରୁ ଲଘୁ ଖଣିଜ ଲୁଟ ଉପରେ କେବେ ଲାଗିବ ଲଗାମ । ପ୍ରଶାସନ ବାଲି ଲୁଟ ଉପରେ ରାକ ଲଗାଇବାକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ଜୋର ଧରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର