ଗତକାଲି ହୋଇଥିବା ଘଟଣାକୁ ନେଇ ଉଭୟ ଦୀପିକା ଓ ଦୀନେଶଙ୍କ ପରିବାର ସହିତ ଆଲୋଚନା କରିଥିଲେ । ଦୀପିକା ଓ ଦୀନେଶଙ୍କ ପରିବାର ଲୋକଙ୍କୁ ପୂର୍ବରୁ ଥାନା ପକ୍ଷରୁ ଶାନ୍ତି ରଖିବା ପାଇଁ କୁହାଯାଇଥିଲା । କିନ୍ତୁ ଗତକାଲି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଆଜି ପୋଲିସ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଛି । ସେପଟେ ଦୀପିକାଙ୍କୁ ପୋଲିସ ମେଡିକାଲ ନେଲା ଚିକିତ୍ସା ପାଇଁ । ଥାନାରେ ଆଲୋଚନା ପରେ ଦିନେଶ ମାଆଙ୍କ ପ୍ରତିକ୍ରିୟା, ଦୀପିକା ୩ କୋଟି ଏବଂ ଘର ମାଗୁଥିଲା । ନ ଦେବାରୁ ଏମିତି ବସିଛି । କୋର୍ଟଙ୍କ ରାୟରେ ଆମେ ରାଜି ହେବୁ ।
ଦିନେଶଙ୍କ ଘର ଆଗରେ ପୋଲିସ

ଅର୍ଗସ ବ୍ୟୁରୋ : ବ୍ରହ୍ମପୁରର ଦୀପିକା-ଦିନେଶ ମାମଲା । ଦିନେଶଙ୍କ ଘର ଆଗରେ ପୋଲିସ । ଦିନେଶଙ୍କ ବାପା ମାଆଙ୍କୁ ପଚରାଉଚରା ପାଇଁ ଥାନାକୁ ନେଲା ପୋଲିସ । ଦୀପିକା ଓ ଦୀନେଶଙ୍କ ପରିବାର ମଧ୍ୟରେ ଗତ କାଲି ଅପରାହ୍ନରେ ହୋଇଥିବା ଅପ୍ରୀତିକର ପରିସ୍ଥିତିରେ ଆରମ୍ଭ ହୋଇଛି ତଦନ୍ତ । ଗତକାଲି ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ମାରପିଟ କରିଥିବା ନେଇ ଦୀପିକା ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଲିଖିତ ଅଭିଯୋଗ ପାଇବା ପରେ ଆଜି ବଡ଼ବଜାର ଥାନା ପୋଲିସର ଏକ ଟିମ ଦୀପିକାଙ୍କ ଧାରଣା ସ୍ଥଳ ରେ ପହଞ୍ଚିଥିଲେ।
Download Argus News App
