ତେଣେ ସୁ ସଜ୍ଜିତ ରଥ ଉପରେ ଆରୋହଣ କରି ରାମ ,ସୀତା ଓ ହନୁମାନ କରୁଛନ୍ତି ନଗର ପରିକ୍ରମା । ହନୁମାନ ବେଶ ପକାଇ ଯାତ୍ରାରେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଖାଦ୍ୟ ,ଫଳ ଓ ପାନୀୟ ଦେଇଛନ୍ତି ସହରବାସୀ । ମାଙ୍କ ଖୁସି ପାଇଁ ବେଶ ଧାରଣ କରିଥିବା କହିଛନ୍ତି ଅଂଶଗ୍ରହଣକାରୀ ।ଯାତ୍ରାର ଅବଧି କମି କମି ଆସୁଥିବା ବେଳେ ସହର ପାଲଟୁଛି ଲୋକାରଣ୍ୟ । ପ୍ରତିଟି ସାହିରେ ଗୋଟିଏ ପରେ ଗୋଟିଏ ରଥ ନିର୍ମିତ ହେଉଥିବା ବେଳେ ବଢ଼ିବାରେ ଲାଗିଛି ବେଶଧାରୀଙ୍କ ସଂଖ୍ୟା । ବିଭିନ୍ନ ପୌରାଣିକ ,କାଳ୍ପନିକ ଓ ସାମାଜିକ ଚଳଣିକୁ ନେଇ ବେଶ ପଡୁଥିବା ବେଳେ ହନୁମାନ ବେଶ ପାଇଁ ସୃଷ୍ଟି ହୋଇଛି ଉତ୍ସାହ ।
ଗାନ୍ଧିନଗର ହନୁମାନ କମିଟି ପକ୍ଷରୁ ବିଗତ ୧୮ଥର ପରି ଚଳିତ ଥର ମଧ୍ୟ ଆଗ୍ରହୀ ପିଲାଙ୍କୁ କରାଯାଉଛି ବେଶ । କମିଟି ଗତ ୩୬ ବର୍ଷ ହେଲା ଏଭଳି କାର୍ଯ୍ୟରେ ନିୟୋଜିତ ରହିଛି । ଏଥିରେ ଭାଗ ନେଉଥିବା ୪ରୁ ୪୦ ବର୍ଷ ବୟସର ବ୍ୟକ୍ତି ନିଜକୁ ବିଭିନ୍ନ ପୌରାଣିକ ଚରିତ୍ରରେ ସଜାଇଥାନ୍ତି ଶିଳ୍ପୀ । ଏଥର ୧୦୮ ହନୁମାନଙ୍କୁ ମିଶାଇ ମୋଟ ୧୫୦ ଜଣଙ୍କୁ କମିଟି ପକ୍ଷରୁ ବେଶ କରାଯାଇଥିଲା । ରାମ ,ରାବଣ ,ସୀତା ,ସୁଗ୍ରୀବ ଆଦି ବେଶରେ ଅଂଶଗ୍ରହଣକାରୀ ମାନେ କରିଥିଲେ ନଗର ପରିକ୍ରମା । ଏଭଳି ବେଶ ମାଙ୍କ ପ୍ରତି ଆମର ଏକ ପ୍ରକାର ଉପାସନା ଓ ଏଥିରୁ ଆମକୁ ଖୁସି ମିଳୁଥିବା କହନ୍ତି ବେଶଧାରୀ । ଯାତ୍ରାକୁ ରସାଳ କରୁଥିବା ଏସବୁ ବେଶ ପୌରାଣିକ ପ୍ରସଙ୍ଗକୁ ତେଜିୟାନ କରୁଥିବା ବେଳେ ସାମାଜିକ ଚଳଣିର କରିଥାନ୍ତି ଉପଯୁକ୍ତ ପ୍ରତିନିଧିତ୍ବ । କର୍ମକ୍ଲାନ୍ତ ମଣିଷ ମନରେ ଟିକିଏ ଉତ୍ସାହ ଭରିବା ଦିଗରେ ଏଭଳି ଆୟୋଜନ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ କୌଶଳ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: