ମତଦାନ ପାଇଁ ପ୍ରସ୍ତୁତି ଚୂଡାନ୍ତ । ବୁଥ ମୁହାଁ ପୋଲିଂ ଅଫିସର । ଭୋଟିଂ ପାଇଁ ୧୨୨୮ ପୋଲିଂ ଅଫିସର ନିୟୋଜିତ କରାଯାଇଛି । ୨୭୯ ବୁଥରେ ହେବ ମତଦାନ । ସେଭିତରେ ୬୦ ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ୫୦ ପ୍ରତିଶତ ବୁଥର ଓ୍ବେବକାଷ୍ଟିଂ କରାଯିବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ କରାଯିବ । ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ୫ଟି ପିଙ୍କ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହେବେ । ୩୧୨ ଜଣ ବୟଜ୍ୟୋଷ୍ଠ ଓ ଦିବ୍ୟାଙ୍ଗ ଭୋଟର ବାଲଟ ପେପରରେ ଭୋଟ ଦେଇ ସାରିଛନ୍ତି । କ୍ୟାମ୍ପେନ ସରିବ ।
ସଂଧ୍ୟା ୬ଟା ପୂର୍ବରୁ ବାହାର ଲୋକଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର । ଭୋଟରଙ୍କ ସହାୟତା ଲାଗି ୧୯୫୦ ଟୋଲ ଫ୍ରି ନମ୍ବର ରହିଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି।
ଆସନ୍ତା ୩୧ ତାରିଖରେ ହେବ ମତଦାନ। ୧୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିରଦ୍ଧାରଣ କରିବେ ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର । ଆଇଶୃଙ୍ଖଳା ପାଇଁ ୧୦୦୦ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଇଛି । ….