ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକାରେ ୫ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ଦୁଇ ଦିନ ଧରି ଦଳ ପାଇଁ ପ୍ରଚାର କରୁଛନ୍ତି । କଂଗ୍ରେସ ମଧ୍ୟ ପ୍ରଚାର ମୈଦାନରେ ନିଜର ପୂରା ଜୋର୍ ଲଗାଉଛି ।
୧୩୩ ନୂଆ ଭୋଟରଙ୍କୁ ମିଶାଇ ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ । ୫ଟି ପିଙ୍କ୍ ବୁଥ୍କୁ ମିଶାଇ ମୋଟ ୨୭୯ ବୁଥ୍ରେ ଭୋଟ ଗ୍ରହଣ କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୩ ହଜାର ୫୨୦ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ୧୬୨୮ ଭୋଟର ୮୦ ବର୍ଷରୁ ଉର୍ଦ୍ଧ୍ୱ । ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି । ୩୧୯ ଇଭିଏମ ରହିଛି । ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ । ମୋଟ ୨୭୯ ବୁଥ୍ କରାଯାଇଛି । ଗତ ନିର୍ବାଚନରେ ହୋଇଥିବା ବୁଥ୍ ମଧ୍ୟରୁ ୩ ଟା ବୁଥ୍ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସବୁ ବୁଥ୍ ସମାନ ରହିଛି ।
୩୨୫ ଲୋକଙ୍କ ଘରୁ ଭୋଟ୍ ସଂଗ୍ରହ କରାଯିବ । ସେମାନେ ଭୋଟ୍ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ୍ ସଂଗ୍ରହ ହେବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଆଜିଠୁ ଭୋଟ୍ ସଂଗ୍ରହ ଆରମ୍ଭ ହୋଇଛି । ଯେଉଁମାନଙ୍କ ଘରୁ ଭୋଟ୍ ସଂଗ୍ରହ ହେବ ସେମାନେ ଆଉ ବୁଥ୍ ରେ ଭୋଟ ଦେଇ ପାରିବେନି । ୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ପଠା ସରିଛି । ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ । ଝାରସୁଗୁଡା ଇଞ୍ଜିନିୟର ସ୍କୁଲରେ ଡିସବର୍ସ କେନ୍ଦ୍ର ହେବ । ୩୮୦ ଗାଡି ବ୍ୟବସ୍ଥା କରାଯାଇଛି ।
୧୭୦ ଆର୍ମ ଲାଇସେନ୍ସକୁ ଥାନାରେ ଡିପୋଜିଟ କରାଯାଇଛି । ପୂର୍ବରୁ ଅପରାଧୀକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି । ୭୧ ଜଣଙ୍କ ନାଁରେ NBW ଜାରି କରାଯାଇଛି । ଏହି ସମୟରେ ୮୩୫ ଲିଟର ମଦ ଜବତ କରାଯାଇଛି । ୧୯୫୦ ଟୋଲ ଫି ନମ୍ବର ଜାରି କରାଯାଇଛି । ଅଭିଯୋଗ ଓ ସମସ୍ୟା ନେଇ ଅବଗତ ହୋଇ ପାରିବେ । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ । ଆବଶ୍ୟକ ସ୍ଥାନରେ ଭିଡିଓ ଗ୍ରାଫି କରାଯିବ । ୩ ଟା ଟିମ କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି । ଯେଉଁ ବୁଥରେ କମ ଭୋଟିଂ ହୋଇଥିଲା ସେଠାରେ ମୁଁ ବି ଭୋଟ ଦେବି ନାମରେ କ୍ୟାମ୍ପନ କରାଯାଉଛି ।
ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି । ମୋଟ ୩୦ ଟା ମଡେଲ ବୁଥ କରାଯାଇଛି । ଏଠାରେ ସବୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି । ୫ ଟା ପିଙ୍କ୍ ବୁଥ ରହିଛି । ସବୁ ବୁଥ୍ ରେ ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗକୁ ତଦାରଖ କରିବେ । ଭୋଟ ଓ ଭୋଟ ପରଦିନ ଛୁଟି ଘୋଷଣା କରାଯାଇଛି ।
କାଜୁଆଲ ଲିଭ ନେଇ ପାରିବେ ଭୋଟର । କୋଭିଡ ପାଇଁ ଥର୍ମାଲ ସ୍କାନିଂ କରାଯିବ । ମାସ୍କ ସାନିଟାଇଜ ବ୍ୟବସ୍ଥା କରାଯାଇଛି । ସମୀକ୍ଷା ବୈଠକ କରାଯାଇଛି । ଯେଉଁ ବୁଥରେ ପୂର୍ବରୁ ସମସ୍ୟା ରହିଛି କିମ୍ବା ଅଘଟଣ ଘଟିଛି ଏବଂ ଅଘଟଣ ଆଶଙ୍କା ଥିବ ସେନେଇ ରାଜନୈତିକ ଦଳ ଗୁଡିକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ confodential ଜଣାଇବେ ବୋଲି କୁହାଯାଇଛି ।