ଏହାପୂର୍ବରୁ 1990, 2000, 2004ରୁ ଝାରସୁଗୁଡାରୁ 3 ଥର ବିଧାୟକ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ବାଚସ୍ପତି ମଧ୍ୟ ଦାୟିତ୍ବ ତୁଲାଇଥିଲେ କିଶୋର ମହାନ୍ତି। ଏହାସହ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। 1990ରେ ପ୍ରଥମେ ଝାରସୁଗୁଡାରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ।
ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ। ହୃତଘାତରେ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା। ହୃଦଘାତରେ ଆକ୍ରାନ୍ତ ହୋଇ ସେ ଝାରସୁଗୁଡ଼ାରେ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। 2019ରେ ବ୍ରଜରାଜନଗରରୁ ନିର୍ବାଚିତ ହୋଇଥିଲେ।
Download Argus News App
