ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି। ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ ମାଗିବାକୁ ଆଜି ବିଭିନ୍ନ ଦଳର ହେଭିଓ୍ବେଟ ମାନଙ୍କ ତରଫରୁ ଆଜି ଅନ୍ତିମ ପ୍ରୟାସ ଦେଖିବାକୁ ମିଳିବ। ବିଜେପି ପକ୍ଷରୁ ଦଳର ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଷ୍ଟାର ପ୍ରଚାରକ ମାନେ ବ୍ରଜରାଜନଗରରେ ଡେରା ପକାଇଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି।
ଅନ୍ୟପଟେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, କଂଗ୍ରେସ ପ୍ରାର୍ଥୀ କିଶାର ପଟେଲଙ୍କ ପାଇଁ ମଧ୍ୟ ଦଳୀୟ ନେତା ମାନେ ଜୋରଦାର ପ୍ରଚାର କରୁଛନ୍ତି। ଆଜି ଶେଷ ଦିନରେ ଜୋରଦାର ପ୍ରଚାର ହେବାକୁ ଥିବା ବେଳେ ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ।
ଆଜି ସଂଧ୍ୟାରୁ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ବ୍ରଜରାଜନଗର ଛାଡିବେ। ଆସନ୍ତା ୩୧ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁନ ୪ରେ ଫଳାଫଳ ଆସିବ ବୋଲି ଜଣାପଡିଛି।