ଅଧିକ ଦେଖନ୍ତୁ : ଜମିବ ବୁଢୀ ଠାକୁରାଣୀ ଯାତ୍ରା
ଯାତ୍ରାର ମୁଖ୍ୟ ଆୟୋଜକ ଦେଶୀ ବେହେରାଙ୍କ ଆଗରେ ତାରିଖ ଏବଂ ସମୟ ମଧ୍ୟ ଲଗ୍ନ ଅନୁଯାୟୀ ସିଦ୍ଧାନ୍ତି ସୂଚନା ଦେଇଛନ୍ତି।ଲଗ୍ନ ଶୁଣିବାକୁ ନିକଟରେ ରହିଥିଲେ ହଜାର ହଜାର ବ୍ରହ୍ମପୁର ବାସିନ୍ଦା। ଲଗ୍ନ ଶୁଣିବା ପରେ ପୃଷ୍ଟି ପରିବାର ରୁ ଆସିଥିବା ଶୁଭଖୁଣ୍ଟି ପାଇଁ ଉପକରଣ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ବିରାଟ ପଟୁଆରେ ବାହାରିଥିଲା ଶୋଭାଯାତ୍ରା। ଶୋଭାଯାତ୍ରାରେ ପିଲାଠୁ ବୁଢା,କୋଟିପତି ଠୁ ଗରିବ ସମସ୍ତେ ସାମିଲ ହୋଇଥିଲେ।
ତେବେ ବିରାଟ ପଟୁଆର ରେ ମା ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିର ନିକଟରେ ପହଞ୍ଚି ମନ୍ଦିର ଭିତରେ ପୂଜାର୍ଚ୍ଚନା କରାଯାଇଥିଲା।ମାଆ ବୁଢ଼ୀ ଠାକୁରାଣୀ ଙ୍କ ଆଜ୍ଞାମାଳ ଶୁଭଖୁଣ୍ଟି ରେ ସ୍ଥାପନ କରାଯାଇ ସମ୍ପୂର୍ଣ୍ଣ ଭାବେ ଶୁଭଖୁଣ୍ଟି ଙ୍କୁ ପ୍ରସ୍ତୁତ କରାଯାଏ। ସେଠାରୁ ପୁଣି ଶୋଭାଯାତ୍ରାରେ ଶୁଭଖୁଣ୍ଟି କୁ ଧରି ଦେଶୀ ବେହେରା ସାହି ରେ ସ୍ଥାପନ କରାଯାଏ।ଯେଉଁ ସମୟରେ ଶୁଭଖୁଣ୍ଟି ସ୍ଥାପନ କରାଯାଏ ସେ ସମୟରେ ଢୋଲ,ବାଦ୍ୟ,ତୁରୀ ରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥାଏ।ତେବେ ମା ଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବାପରେ ସମସ୍ତଙ୍କ ଅପେକ୍ଷା ମା ଙ୍କ ଆଗମନକୁ।