କିନ୍ତୁ ଏବେ ବି ନଗଡା ୨୦୧୬ର ନଗଡା ଭଳି ରହିଛି। ଲଗାତାର ଏଠାରେ ଅପପୁଷ୍ଟିରେ ପ୍ରାଣ ଯାଉଛି। କେବେଳ ନଗଡା ନୁହେଁ ଗର୍ଭବତୀ ମହିଳାଙ୍କଠୁ ନେଇ କିଶୋର କିଶୋରୀ ସାରା ରାଜ୍ୟରେ ଅପପୁଷ୍ଟିର ଅଲୋଡା ଚିତ୍ର। ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ଅନୁସାରେ, ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ 5.13 ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା ହୋଇଥାନ୍ତି। ସେହିପରି 10.8 ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର ରହିଛନ୍ତି । ଆଶ୍ଚର୍ଯ୍ୟକର କଥା, ଓଡ଼ିଶାରେ ଥିବା ଗେଡା ପିଲା ସଂଖ୍ୟା ଉଗାଣ୍ଡା ସହ ସମାନ ।
ରାଜ୍ୟରୁ ଅପପୁଷ୍ଟି ଅପସାରଣ ପାଇଁ ଆଉ କେତେ ଦିନ ଲାଗିବ ସରକାର କହିବେ କି ? ୨୦୧୫ ମସିହାରେ ସଂପୂର୍ଣ୍ଣା ଯୋଜନାରେ ୫୫୨୫ ଗାଁକୁ ସଂଯୋଗ କରିବାକୁ କହିଥିଲେ ରାଜ୍ୟ ସରକାର। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାତୃ ମୃତ୍ୟୁ ଓ ଶିଶୁମୃତ୍ୟୁ। କେବଳ ଏତିକି ନୁହେଁ ଏହି ଯୋଜନାରେ ଶିଶୁ ଓ ମାଆଙ୍କୁ ଦେୟମୁକ୍ତ ଖାଦ୍ୟର ବ୍ୟବସ୍ଥା ଥିଲା। କିନ୍ତୁ ଏହାବାଦ୍ ପୁଣି କଣ ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଯୋଜନାର ଆବଶ୍ୟକତା ପଡିଲା ?
ଅଧିକ ପଢ଼ନ୍ତୁ ଓଡିଶା ଖବର: