ଅପରାଧ ଖବର ଆହୁରି ପଢ଼ନ୍ତୁ ।
ATM ଭାଙ୍ଗି ଟଙ୍କା ଲୁଟ୍

ଅର୍ଗସ ବ୍ୟୁରୋ: ATM ଭାଙ୍ଗି ଟଙ୍କା ଲୁଟ୍। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଧଡ୍ରା ଠାରେ। ଧଡ୍ରା ମୁଖ୍ୟ ରାସ୍ତା କଡ଼ରେ ଥିବା SBI ATM କୁ ଗତରାତିରେ କେହି ଦୂର୍ବୁତ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।ପୂର୍ବରୁ ATM ରେ ୨ ଲକ୍ଷ ଟଙ୍କା ରହିଥିବା ବେଳେ ଗତକାଲି ପୁଣି ୩୦ ଲକ୍ଷ ଟଙ୍କା ପକା ଯାଇଥିଲା। ତେବେ ATM ରେ କେତେ ଟଙ୍କା ଲୁଟ୍ ହୋଇଛି ତାହା ସଠିକ ଜଣା ପଡିନାହିଁ। ଘଟଣା ସ୍ଥଳ ରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର ରୁ ସାଇନଟିଫିକ ଟିମ୍ ଆସି ତଦନ୍ତ କରିବା ପରେ ତଦନ୍ତ ଆଗକୁ ଆଗେଇବ ବୋଲି ପୋଲିସ ସୂଚନା ଦେଇଛି।
Download Argus News App
