ଭୁବନେଶ୍ଵର: ଭାରତ ନର୍ବାଚନ ଅୟୋଗଙ୍କ ଦ୍ଵାରା ଘୋଷଣା ହୋଇଥିବା ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଓ ପୁଡୁଚେରୀର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହେବାକୁ ଥବା ସାଧାରଣ ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ, ପୁଲିସ ପର୍ଯ୍ୟବେକ୍ଷକ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କର ଏକ ବେୈଠକ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଅନଲାଇନ ମାଧ୍ୟମରେ ଆଜି ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିର ସାଧାରଣ ପର୍ଯ୍ୟବେକ୍ଷକ ନିମନ୍ତେ ରାଜ୍ୟର ୨୨ ଜଣ ବରିଷ୍ଠ (ଆଇ.ଏ.ଏସ୍) ଅଧିକାରୀ, ପୁଲିସ ପର୍ଯ୍ୟବେକ୍ଷକ ନିମନ୍ତେ ୧୨ ଜଣ ବରିଷ୍ଠ (ଆଇ.ପି.ଏସ୍) ଅଧିକାରୀ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିମନ୍ତେ ୯ ଜଣ ବରିଷ୍ଠ (ଆଇ.ଆର୍.ଏସ୍) ଅଧିକାରୀଙ୍କୁ ଉକ୍ତ ୫ ଗୋଟି ରାଜ୍ୟର ବିଧାନସଭା ପାଇଁ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଭାବେ ଅବଗତ କରାଇ ଥିଲେ।