ମାଲକାନଗିରି: ଦଲାଲ ବିକୁଛି ଧାନ । ସରକାରୀ ଅଧିକାରୀ- ମିଲ ମାଲିକଙ୍କ ସହ ମଧୁଚନ୍ଦ୍ରିକାରେ ବଳି ପଡୁଛି ଚାଷୀର ଭାଗ୍ୟ । ମାଲାକାନାଗିର କାଲିମେଳାରେ ଧାନ କିଣା ଘୋଟାଲାର ଦସ୍ତାବିଜ ଲାଗିଛି ଅର୍ଗସ ହାତରେ । ପ୍ରକୃତ ଚାଷୀ ଜାଣି ନାହାଁନ୍ତି କିନ୍ତୁ ତାଙ୍କ ଜମିକୁ ଦେଖାଇ ନାଁ ପଞ୍ଜିକରଣ କରି ଧାନ ବିକିଛି ଦଲାଲ ।
ମଣ୍ଡିରେ ଧାନ ପଡିଛି । ଧାନ ବିକି ନ ପାରି କେଉଁଠି ଚାଷୀ ଧାରଣାରେ ବସିଛି ତ କେଉଁଠି ରାସ୍ତା ଅବରୋଧ କରିଛି । ହେଲେ ସରକାରଙ୍କ ହିସାବ କହୁଛି ଟାର୍ଗେଟରୁ ଅଧିକ ଧାନ କିଣିସାରିଲାଣି ଯୋଗାଣ ବିଭାଗ ।
ମାଲାକାନାଗିରି କାଲିମେଳାରେ ଦଲାଲ ଧାନ ବିକ୍ରି କରିବାର ତଥ୍ୟ ଲାଗିଛି ଅର୍ଗସ ହାତରେ । ଏ ଦସ୍ତାବିଜ ହିଁ ପ୍ରମାଣ କରୁଛି ଅପିସର- ଦଲାଲଙ୍କ ମଧୁଚନ୍ଦ୍ରିକାକୁ । ପ୍ରକୃତ ଜମି ମାଲିକ ଜାଣିନି କିନ୍ତୁ ତା ଜମିରେ ଫଳିଥିବା ଧାନ ବିକ୍ରି ହୋଇସାରିଛି ।
ପରିବାର ସଦସ୍ୟଙ୍କ ନାଁ ପକାଇ ଦଲାଲ, ଅଫିସରଙ୍କୁ ଧରି ଧାନ ବିକି ଦେଇଛନ୍ତି । ଆମ୍ବାଗୁଡା ଗାଁର ଜମି ମାଲିକ ହେଉଛନ୍ତି, ବାଜା ପଡିଆମି, ଲାକା ପଡିଆମି , ଦୁଲା ପଡିଆମି ଓ ପଦିଆ ପଡିଆମୀ ।
ଏମାନଙ୍କ ଜମିକୁ ଦେଖାଇ ଯିଏ ଧାନ ବିକିଛି ସେ ଚାଷୀ ନାଁ ହେଉଛି କବିତା ମଣ୍ଡଳ । ସରକାରଙ୍କ ଏ ଦସ୍ତାବିଜ କହୁଛି କବିତା କୁଆଡେ ଏମାନଙ୍କ ଝୀଆରି । କିନ୍ତୁ ପ୍ରକୃତରେ କବିତା ମଣ୍ଡଳ ଏମାନଙ୍କ ଝୀଆରି ନୁହେଁ । ନିଜ ଜମିର ଧାନ କବିତା କେମିତି ବିକିଲେ ତାହା ବି ଏମାନେ ଜାଣିନାହାଁନ୍ତି
ଏ କେବଳ ଗୋଟିଏ ଉଦାହରଣ ଶହ ଶହ ଚାଷୀଙ୍କ ଜମିରେ ଦଲାଲ ଅଫିସରଙ୍କୁ ଧରି ଚାଷୀ କାର୍ଡ ତିଆରି କରି ଧାନ ବିକିଛନ୍ତି । ଏଇ ଯେମିତି କରୁଣା ଦେବନାଥ । ସେ ବି ବଜା ପଡିଆମି, ଲାକା ପଡିଆମିଙ୍କ ଜମିକୁ ଦେଖାଇ ଧାନ ବିକିଛନ୍ତି । ଗାଗ୍ରୀରିମେଟଲା ଗାଁ ର ଭୀମା କବାସୀ ।
ଭୀମାଙ୍କ ଜମିର ଜାଲ ପଟ୍ଟା କରି ଅଭିଜିତ ରାୟ ନାଁରେ ଚାଷୀ ବିକିଛନ୍ତି ଧାନ । ଅଭିଜିତ ରାୟ ନିଜକୁ ଭୀମା କବାସିଙ୍କ ପୁଅ ବୋଲି ଦର୍ଶାଇଛନ୍ତି । ଏ ଜାଲିଆତି ଅଫିସର ଜାଣତରେ ଦଲାଲ କରିଥିବା ସ୍ପଷ୍ଟ ହୋଇଛି । ।
କାଲିମେଳା ସମବାୟ ସମିତିର କାଲିମେଳା, ବଡ଼ିଗେଟା, ଭେଜାଙ୍ଗିବଡା, କୋଇମେଟଲା, ତେଲରାଇ, ପରି ଅନେକ ଗାଁରେ ଆଦିବାସୀଙ୍କ ଜମିକୁ ଦଲାଲ କାରସାଦି କରି ଜମିମାଲିକଙ୍କ ପୁଅ,ନାତି,ପୁତୁରା,ଝିଆରୀ ଝିଅ ଦର୍ଶାଇ ନାଁ ପଞ୍ଜୀକରଣ କରିବା ସହ ମାଲିକଙ୍କ ଅଗୋଚରରେ ଧାନ ବିକିଛନ୍ତି ।
ସେମିତି ମୁକା ମାଡକାମି, ମାଲେ ମାଡକାମି ଓ ରାମ ମାଡକାମିଙ୍କ ଜମିର ଧାନକୁ ବିକିଛନ୍ତି ମଦନ ମଣ୍ଡଳ । କାଲିମେଳା ଲ୍ୟାମ୍ପ୍ସ ରେ 327766 କୁଇଣ୍ଟାଲ ଧାନ କିଣା ହୋଇଥିଲେ ବି ମଣ୍ଡିରେ ଏବେ ବି ପଡି ରହିଛି ହଜାର ହଜାର କୁଇଣ୍ଟାଲ ଧାନ ।