ରାୟଗଡ଼ା ମୁନିଗୁଡା ଥାନା ସଦର ଗୌଡ଼ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କହଳକୁ କେନ୍ଦ୍ର କରି ଦିଅରର କୋଦାଳ ଚୋଟରେ ଭାଉଜ ଝରଣା ସାହୁର ମୃତ୍ୟୁ ହୋଇଛି । ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଅଭିଯୁକ୍ତ ଝରଣାଙ୍କ ମୁଣ୍ଡକୁ କୋଦାଳରେ ଆକ୍ରମଣ କରିଥିଲା ।
ଗୁରୁତର ଅବସ୍ଥାରେ ଝରଣାଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ମୁନିଗୁଡ଼ା ପୋଲିସ ଅଭିଯୁକ୍ତ ଦିଅର ବାଳକୃଷ୍ଣ ସାହୁକୁ ଅଟକ ରଖି ତଦନ୍ତ ଚଳାଇଛି ।