୨୦୨୦ରୁ ଆଜି ପର୍ଯ୍ୟନ୍ତ ଏସଟିଏଫ ରାଜ୍ୟରୁ ୫୧ କେଜି ବ୍ରାଉନସୁଗାର ଜବତ କରିଛି। କେବଳ ପୁରୀରୁ ୨୦୨୦ ମସିହାରେ ପୁରୀରୁ ୬୦୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୨୦୨୧ରେ ୮୦୦ ଗ୍ରାମ ଜବତ ହୋଇଥିଲା। ସେଭଳି ୨୦୨୨ ବର୍ତ୍ତମାନ ସୁଦ୍ଧା ୪ କେଜି ୮ ଶହ ଗ୍ରାମ ବ୍ରାଉନସୁଗାର୍ ଜବତ ହୋଇଛି। ନିଶା କାରବାର ମାମଲାରେ ୩୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଧଳାଜହର ଜବତ ହେଉଥିବା ବେଳେ ତାର ରୁଟ୍ କାହିଁକି ଜାଣିପାରୁନାହିଁ ତଦନ୍ତକାରୀ ସଂସ୍ଥା । ଏହା ପଛରେ ରହିଛି କାହର ହାତ, କିଏ ଦେଉଛି ଧଳା ଜହରରସାମ୍ରାଜ୍ୟ ବିସ୍ତାରକୁ ସୁରକ୍ଷା ।
ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ଅର୍ଗସ ବ୍ୟୁରୋ : ପୁରୀରୁ ମଙ୍ଗଳାଘାଟ ଅଞ୍ଚଳରୁ ୩ କୋଟିର ଧଳା ଜହର ଜବତ । ୩ କେଜିରୁ ଅଧିକ ବ୍ରାଉନସୁଗାରର ଜବତ ହୋଇଛି । ମଙ୍ଗଳାଘାଟ ଅଞ୍ଚଳରୁ ବ୍ରାଉନସୁଗାର ଚାଲାଣ ବେଳେ ବାସେଳିସାହି ଥାନା ପୋଲିସ ଜବତ କରିଛି ବିପୁଳ ପରିମାଣର ଧଳାଜହର । ଘଟଣାରେ କିଙ୍ଗପିନ୍ ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା ଓ ତା’ର ସହଯୋଗୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ୨୦ ହଜାର ଟଙ୍କା, ୩ଟି ମୋବାଇଲ ସହ ଏକ କାର୍ ଜବତ କରିଛି ।ନଣ୍ଡା ନାଁରେ ଆଗରୁ ହତ୍ୟା ମାମଲା ରହିଛି। ଗତ କିଛି ଦିନ ହେବ ପୋଲିସ ସ୍କାନରେ ଥିଲା ନଣ୍ଡା। ଅଧିକ ତଦନ୍ତ ପାଇଁ ନଣ୍ଡାକୁ ରିମାଣ୍ଡରେ ଆଣିବ ପୋଲିସ ।
Download Argus News App
