ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ନୀଳଗିରି ଅବକାରୀ ବିଭାଗର୍ ନାକ ତଳେ ଏହି କାରବାର ଚାଲୁ ଥିବା ବେଳେ କିପରି ନୀଳଗିରି ଅବକାରୀ ବିଭାଗ ଜାଣି ପାରିଲା ନାହିଁ ସେନେଇ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନୀଳଗିରିରେ ଧଳା ଜହର କାରବାର ସମ୍ପୂର୍ଣ୍ଣ ରୂପେ ଶେଷ କରିବେ ବୋଲି କହିଛନ୍ତି ନୀଳଗିରିକୁ ଚଢ଼ାଉ କରିବାକୁ ଆସିଥିବା ଅବକାରୀ ମୋବାଇଲ ସ୍କୁୱାର୍ଡ ଇନ୍ସପେକ୍ଟର ଗାଲୁରାମ ସରେନ।
..