ମନ ମୋହୁଛି ଭଦ୍ରକ ଜିଲ୍ଲାର ସୀତକୁଣ୍ଡ
ଭୁବନେଶ୍ୱର: ରାଜଧାନୀରେ ପୁଣି ଧରା ଜହର କାରବାର । ଭୁବନେଶ୍ୱରରୁ ୧୮୫ ଗ୍ରାମ ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ । ସୂଚନାନୁସାରେ, ପଳାଶୁଣୀର ମଦ ବ୍ୟବସାୟୀ ହାଡିଆ ଘରୁ ଏହି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।
ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଅବକାରୀ ବିଭାଗ ହାଡିଆଙ୍କ ଗରେ ଚଢାଉ କରିଥିଲା । ଚଢାଉ ବେଳେ ୧୮୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା । ଏହାସହ ଗିରଫ ମହିଳାଙ୍କ ବୟସ ୫୨ ବର୍ଷ ବୋଲି ଜଣାପଡିଛି । ତାଙ୍କଠାରୁ ୧୧,୭୯୦ ଟଙ୍କା ଜବତ ହୋଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।