ଅର୍ଗସ ବ୍ୟୁରୋ : ପୁରୀ ପୋଲିସର ଅପରେସନ ଧଳାଜହର । ପୁରୀରୁ ପୁଣି ଧଳାଜହର ଜବତ । ଏସଟିଏଫ ଓ ବଳିଆ ପଣ୍ଡା ଥାନା ପୋଲିସ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ପାଞ୍ଚଜଣ ଆନ୍ତଃ ଜିଲ୍ଲା ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କାକଟପୁର ଖଣ୍ଡା ସାହିର ଅବିନାଶ ପରିଡା, ପୁରୀ ବାଲି ନୋଳିଆ ସାହିର ପି. କାଳିଆ, ଗୋପାଳପୁର ଭୋଇ ସାହିର ତୋଫାନ ଭୋଇ, ମଙ୍ଗଳା ସାହିର ଶଙ୍କର ମଲ୍ଲିକ, ଖୋର୍ଦ୍ଧା ଗାନ୍ଧୀ ପଡ଼ିଆର ରାମଚନ୍ଦ୍ର ଦାସ ।
ଆଜି ସକାଳେ ଏହି ଅଭିଯୁକ୍ତ ମାନେ ଷ୍ଟର୍ଲିଙ୍ଗ ଛକଠାରେ ବ୍ରାଉନ ସୁଗାର ଚାଲାଣ କରୁଥିବା ବେଳେ ପୋଲିସ ଏମାନଙ୍କୁ ମାଡ଼ି ବସିଥିଲା । ଅଭିଯୁକ୍ତଙ୍କ ଠାରୁ ୫୫ ଗ୍ରାମ ବ୍ରାଉନ ସୁଗାର, ଚାରୋଟି ବାଇକ୍ ଓ ମୋବାଇଲ ଫୋନ ସହ ନଗଦ ୧୦୮୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି ପୁରୀ ପୋଲିସ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।