ସହରର ମୋତୀଝରଣ ଏମଡି ଆରଫି, ଚାରଭାଟି ବାକାଶ ତୁଡୁକିଆ ଓ ପଟ୍ଟନାୟକ ପଡାର ବଣ୍ଟି ପ୍ରଧାନ ବ୍ରାଉନ ସୁଗାର ବ୍ୟବସାୟ କରୁଥିଲେ । ସେମାନଙ୍କ ନିକଟରୁ ପାଖାପାଖି ୭.୬ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଡେଢ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଏହାସହ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ସହ ୩୭୪୦ ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ରହିଛି । ପରେ ଗୁରୁବାର ସଂଦ୍ଧ୍ୟାରେ ଏହି ତିନି ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।