ତା ସହ ୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୨୬ ହଜାର ଟଙ୍କା ଓ ଗୋଟିଏ କାର ଜବତ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଖୋର୍ଦ୍ଧା ଟାଉନ ଅଞ୍ଚଳର ସନ୍ଦୀପ ମହାନ୍ତି ଓ ଢେ଼ଙ୍କାନାଳ ଗଣେଶ ବେହେରା ।

ଅର୍ଗସ ବ୍ୟୁରୋ : ଖୋର୍ଦ୍ଧାରେ ପୁଣି ଜବତ ହେଲା ୪୦ଲକ୍ଷ ଟଙ୍କାର ଧଳାଜହର । ବିହାରରୁ ଖୋର୍ଦ୍ଧକୁ ଆସୁଥିଲା ବ୍ରାଉନସୁଗାର । ୨ଗିରଫ । ଖୋର୍ଦ୍ଧା ପୋଲିସର ଏକ ସ୍ଵତନ୍ତ୍ର ଟିମ ଟାଉନ ଥାନା ଅନ୍ତର୍ଗତ ହଲଦିଆଗଡ ନିକଟରେ ଚଢ଼ାଉ କରି ୪୦୦ଗ୍ରାମ ଧଳାଜହର ଜବତ କରିଛି ।

ପୁରୀ: ଆଉ କିଛି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି ରଥକାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କନା ଲାଗିବା ପାଇଁ ଗତକାଲି ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଦର୍ଜୀ ସେବକମାନେ ନଡ଼ିଆ ବାଡ଼େଇ ଅନୁକୂଳ କରି ରଥକନା କାମ ଆରମ୍ଭ କରିଛନ୍ତି। ସିଲେଇ ମେସିନ୍ ସାହାଯ୍ୟରେ ନୂଆ କପଡ଼ା କାଟି ଅନୁକୂଳ କାମ ଆରମ୍ଭ କରିଛନ୍ତି। ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର ଓ ଅନ୍ୟମାନେ ଅନୁକୂଳ କାର୍ଯ୍ୟ ପରେ କାମ ଆରମ୍ଭ କରିଛନ୍ତି।
ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥରେ ନାଲି ଓ ସବୁଜ ରଙ୍ଗର କପଡ଼ା ଲାଗୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ନାଲି ଓ ହଳଦିଆ ଏବଂ ମା’ ସୁଭଦ୍ରାଙ୍କ ରଥରେ ନାଲି ଓ କଳା ରଙ୍ଗର କପଡ଼ା ଲାଗିଥାଏ। କପଡ଼ା କାମ ଶେଷ ପରେ ତିନି ରଥ ପାଇଁ କନକମୁଣ୍ଡି ଚାନ୍ଦୁଆ, ଉଡ଼ା ଚାନ୍ଦୁଆ କାମ ଆରମ୍ଭ ହେବ। ବିଜେ ଚକା ପାଇଁ ବନାରସୀ ଜରି କନା ଖୋଳ, ଠାକୁରଙ୍କ ପିଠି ଓ ମସ୍ତକ ପଛପାର୍ଶ୍ବ ପାଇଁ ଅପସର ତକିଆ ତିଆରି ହେବ। ତେବେ ତିନିରଥ ପାଇଁ ପ୍ରାୟ 1250ମିଟର କନାର ଆବଶ୍ୟକ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହିକନା ସବୁକୁ ଯୋଗାଇ ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର

ନୂଆଦିଲ୍ଲୀ: USA କଂଗ୍ରେସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମୋଦି। ଜୁନ୍ 22ରେ ଉଭୟ ସଦନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏ ନେଇ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵି-ପାକ୍ଷିକ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ନେଇ ବକ୍ତବ୍ୟ ରଖିବେ ମୋଦି। ବାଚସ୍ପତି କେଭିନ୍ ମାକର୍ଥି ପ୍ରଧାନମନ୍ତ୍ରୀଙ୍କୁ କରିଥିଲେ ନିମନ୍ତ୍ରଣ। ‘ଏହି ନିମନ୍ତ୍ରଣ ପାଇଁ ମୁଁ ହାଉସ୍ ବାଚସ୍ପତି କେଭିନ୍ ମ୍ୟାକାର୍ଥି, ସିନେଟ୍ ରିପବ୍ଲିକାନ୍ ନେତା ମ୍ୟାକକୋନେଲ୍, ସିନେଟ୍ USA କଂଗ୍ରେସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମୋଦି।
ଜୁନ୍ 22ରେ ଉଭୟ ସଦନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏ ନେଇ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵି-ପାକ୍ଷିକ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ନେଇ ବକ୍ତବ୍ୟ ରଖିବେ ମୋଦି। ବାଚସ୍ପତି କେଭିନ୍ ମାକର୍ଥି ପ୍ରଧାନମନ୍ତ୍ରୀଙ୍କୁ କରିଥିଲେ ନିମନ୍ତ୍ରଣ। ‘ଏହି ନିମନ୍ତ୍ରଣ ପାଇଁ ମୁଁ ହାଉସ୍ ବାଚସ୍ପତି କେଭିନ୍ ମ୍ୟାକାର୍ଥି, ସିନେଟ୍ ରିପବ୍ଲିକାନ୍ ନେତା ମ୍ୟାକକୋନେଲ୍, ସିନେଟ୍ ସଂଖ୍ୟାଗରିଷ୍ଠ ନେତା ଚକ୍ ଶୁମର୍ ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ହକିମ୍ ଜେଫରିଜ୍ଙ୍କୁ ଧନ୍ୟବାଦ ଜଣାଉଛି“ ବୋଲି ମୋଦୀ ଟୁଇଟ୍ କରି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଦ୍ବିତୀୟ ଥର ପାଇଁ USA କଂଗ୍ରେସକୁ ସମ୍ବୋଧନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ 2016 ମସିହାରେ ମୋଦି ଏହାକୁ ସମ୍ବୋଧିତ କରିଥିଲେ । ଏଥିପାଇଁ ଜୁନ୍ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ମୋଦି। ସଂଖ୍ୟାଗରିଷ୍ଠ ନେତା ଚକ୍ ଶୁମର୍ ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ହକିମ୍ ଜେଫରିଜ୍ଙ୍କୁ ଧନ୍ୟବାଦ ଜଣାଉଛି“ ବୋଲି ମୋଦୀ ଟୁଇଟ୍ କରି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଦ୍ବିତୀୟ ଥର ପାଇଁ USA କଂଗ୍ରେସକୁ ସମ୍ବୋଧନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ 2016 ମସିହାରେ ମୋଦି ଏହାକୁ ସମ୍ବୋଧିତ କରିଥିଲେ । ଏଥିପାଇଁ ଜୁନ୍ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ମୋଦି।
ଅଧିକ ପଢନ୍ତୁ ଭାରତ ଖବର
