ବାଇକ ରାଲିରେ ବାହାରିଲେ ପଶ୍ଚିମ ଓଡିଶା ଚାଷୀ....
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଜବତ ହେଲା ସବୁଜ ଜହର । କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ନିକଟରେ ପୋଲିସ ଏକ କାରରୁ ୫୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
ଗିରଫ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ପଣ୍ଡେଇ ଗ୍ରାମର ଇରିଆ ଅଡକାଡିଆ ବୋଲି ଜଣାପଡ଼ିଛି । ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି, ତଥାପି କିପରି ଭାବରେ ପୋଲିସ ପାଖରେ ଖବର ପହଞ୍ଚୁନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।