ଭୁବନେଶ୍ୱର ରସୁଲଗଡ଼ ଓଭର ବ୍ରିଜ ନିକଟରେ ମାଫିଆଙ୍କ ଠୁ ବ୍ରାଉନ ସୁଗାର ଜବତ କଲା STF । ଗିରଫ ଅଭିଯୁକ୍ତ ହେଲେ ରକିବୁଲ ଲସ୍କର ଓ ସୁଧନ୍ୟା ଗୟାନ । ଉଭୟଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି ଏନେଇ ତନାଘନା ଜାରି ରହିଛି।
ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ! ଦୁଇ ଗିରଫ

ଭୁବନେଶ୍ୱର: ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ଗିରଫ ହେଲେ ଦୁଇ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ। ଅଭିଯୁକ୍ତଙ୍କଠାରୁ ୧ କେଜି ୨୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡ଼ିଛି ।
Download Argus News App
