ପୁରୀ ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ୪ ମାଫିଆ। ଗତକାଲି ଦୁଇଜଣ ପୁରୁଷ ଓ ଦୁଇଜଣ ମହିଳାଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୨୫୬ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ କହିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜଙ୍କିଆର ପ୍ରମୋଦ କୁମାର ବେହେରା ଓ ଅଜୟ କୁମାର ମହାପାତ୍ର। ସେହିପରି ଦୁଇ ମହିଳା ଅଭିଯୁକ୍ତ ହେଉଛନ୍ତି ପୁରୀ ଗୁଡିଆ ସାହିର ପ୍ରତୀମା ଚୌଧୁରୀ ଓ ଅନୁଗୁଳ ଛେଳିଆ ପଡାର ପିଙ୍କି ଷଡ଼ଙ୍ଗୀ।
ଓଡିଶା ଖବର ଆହୁରି ପଢନ୍ତୁ