ଧବଳେଶ୍ଵରଙ୍କ ଆର୍ବଭାବ ପୂର୍ବରୁ ଏହି ପୀଠରେ ଥିଲେ ବୁଢ଼ାଲିଙ୍ଗ। ବାବା ଧବଳେଶ୍ଵରଙ୍କ ଭଳି ଏହି ମନ୍ଦିରରେ ମଧ୍ୟ ସମସ୍ତ ରୀତିନୀତି ସୂଚାରୁ ରୂପେ ପାଳନ କରାଯାଏ । ବିଶ୍ୱାସ ରହିଛି ଏହି ମନ୍ଦିର ପାର୍ଶ୍ଵରେ ରହିଛି ଏକ ବଉଳ ଗଛ। ଏହି ଗଛରେ ଶ୍ରଦ୍ଧାଳୁ ମାନେ ଆସି ମାନସିକ ଡୋରି ବାନ୍ଧିଲେ ମାନସିକ ପୂର୍ଣ୍ଣ ହୋଇଥାଏ। ବହୁ ଶ୍ରଦ୍ଧାଳୁ ଧବଳେଶ୍ଵର ପୀଠ କୁ ଆସି ବୁଢ଼ାଲିଙ୍ଗକୁ ଦର୍ଶନ କରି ଖୁସି ଥିବା ବେଳେ ଅନେକ ଶ୍ରଦ୍ଧାଳୁଙ୍କୁ ଆଜିବି ବୁଢା ଲିଙ୍ଗଙ୍କ ମନ୍ଦିର ଦେଖି ନଥିବେ । ଏହି ମନ୍ଦିର ଭିତରେ ହିଁ ପାର୍ବତୀ ପୂଜା ପାଇଥାନ୍ତି।
ବୁଢ଼ାଲିଙ୍ଗଙ୍କ ମହିମା ଅନ୍ୟତମ

ଅର୍ଗସ ବ୍ୟୁରୋ: ଲୋକ କଥା ରହିଛି ବୁଢା ଲିଙ୍ଗ ମନ୍ଦିର ନିର୍ମାଣ ପୂର୍ବରୁ ଗୋଟିଏ ଗାଈ ଆସି ଏହି ଲିଙ୍ଗ ଉପରେ ଠିଆ ହେଉଥିଲା ଏବଂ ମନକୁ କ୍ଷୀର ଝରୁ ଥିଲା। ପରେ ରାଜାଙ୍କୁ ସ୍ଵପ୍ନାଦେଶ ପରେ ମନ୍ଦିର ନିର୍ମାଣ କରାଯାଇଥିଲା। ପୁଣି କୁହାଯାଏ ଲାଙ୍ଗୁଳା ନରସିଂହ ଦେବ ଙ୍କୁ ବୁଢା ଲିଙ୍ଗ ନିଜେ ସ୍ଵୟଂ ବ୍ରାହ୍ମଣ ବେଷ ରେ ଦର୍ଶନ ଦେଇଥିଲେ। ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରଥମେ ବିଞ୍ଚେଶ୍ଵର ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ବାବା ବିଞ୍ଚେଶ୍ଵର ଥିବାରୁ ବାବାଙ୍କୁ ବୁଢ଼ାଲିଙ୍ଗ ର ଆକ୍ଷା ଦିଆଯାଇଛି।
Download Argus News App
