ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ସ୍ଥାନୀୟ ସମିତି ସଭ୍ୟା ନିରୂପମା ଭୋଇ, ସମ୍ମାନିତ ଅତିଥି ଭାବରେ ଯୁବନେତା ଓମ ପ୍ରକାଶ ମିଶ୍ର , ଅଞ୍ଚଳର ସମାଜସେବୀ ନାରାୟଣ କର୍ମୀ ପ୍ରମୁଖ ଯୋଗଦେଇ ଦିବସ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ଆସ୍ମାନ ମହାକୁଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମ୍ପାଦକ ବାସୁଦେବ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଳାଶପୁର ପଞ୍ଚାୟତର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।