2022-23 ଆର୍ଥିକ ବର୍ଷ ଲାଗି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ 20 ହଜାର 3 ଶହ 44 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
ସେଥିମଧ୍ୟରୁ କାଳିଆ ଯୋଜନା ଅଧୀନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (DBT) ପାଇଁ 1 ହଜାର 8 ଶହ 74 କୋଟି ଟଙ୍କା, ସାର ଓ ବିହନ ପାଇଁ ସୁଧମୁକ୍ତ ରଣ ବାବଦକୁ ଓ ଶହ କୋଟି ଟଙ୍କା, ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ 6 ଶହ 88 କୋଟି ଟଙ୍କା, ଉଦ୍ୟାନ କୃଷି ବିକାଶ ଯୋଜନା ଅଧୀନରେ 1 ଶହ 57 କୋଟି ଟଙ୍କା, ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟକୁ ଗବେଷଣା ଓ ଶିକ୍ଷା ନିମନ୍ତେ 106 କୋଟି ଟଙ୍କାର ଅନୁଦାନ, ପଶୁସମ୍ପଦର ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ 273 କୋଟି ଟଙ୍କା ରହିଛି ।
ସେହିପରି ମହାସଙ୍ଘ ଓ ଆଭ୍ୟନ୍ତରୀଣ ମତ୍ସ୍ୟଚାଷର ବିକାଶ ନିମନ୍ତେ 182 କୋଟି ଟଙ୍କା, କୁକୁଡା ଚାଷ ପାଇଁ 87 କୋଟି ଟଙ୍କା, ଦୁଗ୍ଧ ଉତ୍ପାଦନର ଅଭିବୃଦ୍ଧି ଲାଗି 31 କୋଟି ଟଙ୍କା, କୃଷକମାନଙ୍କୁ ସୁଧ ରିହାତି ବାବଦକୁ ୨ ଶହ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରିମିୟମ ସବସିଡି ବାବଦକୁ ଶହେ କୋଟି ଟଙ୍କା, ସମବାୟ ବ୍ୟାଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ 1 ଶହ 50 କୋଟି ଟଙ୍କା ଏବଂ ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ମୋଟ୍ ୫ ହଜାର 5 ଶହ 23 କୋଟି ଟଙ୍କା ଅନ୍ତର୍ଭୁକ୍ତ ।