ମହାଳୟା ଠାରୁ ଆରମ୍ଭ ହେଉଥିବା ପ୍ରଭୁ ବୁଢାରଜାଙ୍କ ଏହି ଦଶହରା ପୁଜା ମହପ୍ସପ୍ତମୀ ଦିନ ଖଣ୍ଡା ପୁଜା ଆରମ୍ଭ ହୋଇଥାଏ ଏବଂ ନବମୀ ଦିନ ପାଟ ଖଣ୍ଡା ପୁଜା କରି ସ୍ଥାପନ କରାଯାଇ ଦଶହରା ପର୍ବ ପାଳନ କରାଯାଏ । ଏହି ଦିନ ଗାଁ ରେ ଥିବା ଅନ୍ୟ ଦେବାଦେବୀ ଏବଂ ପଡୋଷୀ ଗାଁ ମାନଙ୍କର ଦେବାଦେବୀଙ୍କ ଲାଠି ସହ କାଳିସୀ ଆସି ନିଜର ପରାକାଷ୍ଠା ଦେଖାଇବା ସହ ଗାଁ ପରିକ୍ରମା କରିଥାନ୍ତି । ଏହି ଦଶହରା ପୁଜାରେ ପାରା, କୁକୁଡା ଓ ବୋଦା ବଳି ମଧ୍ୟ ନିଜ ମାନସିକ ଅନୁସାରେ ଶ୍ରଦ୍ଧାଳୁ ମାନେ ଦେଇଥାନ୍ତି ।
କାଙ୍କେରୀ ଗ୍ରାମରେ ହେଉଥିବା ଏହି ଦଶହରା ପର୍ବକୁ ଉପଭୋଗ କରିବା ସହ ପ୍ରଭୁ ବୁଢାରଜାଙ୍କ ଆର୍ଶିବାଦ ପାଇବା ପାଇଁ ବହୁ ଦୁର ଦୁରାନ୍ତରୁ ଶ୍ରଦ୍ଧାଳୁ ଆସୁଥିବା ବେଳେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ମଧ୍ୟ ପ୍ରତି ବର୍ଷ ଆସି ପ୍ରଭୁ ବୁଢାରଜାଙ୍କ ଆର୍ଶିବାଦ ନେବା ସହ ଚଳିତ ବର୍ଷ ମଧ୍ୟ ଉପସ୍ଥିତ ରହିବା ସହ ପ୍ରଭୁ ବୁଢାରଜାଙ୍କ ଉପରେ ଥିବା ଆସ୍ଥା ବିଶ୍ୱାସ ପ୍ରକାଶ କରିଛନ୍ତି ।
ତେବେ ଗାଁ ବାହାର ରହୁଥିବା ବୋହୁ ମାନେ ମଧ୍ୟ ଏହି ଯାତ୍ରାରେ ଆସି ସାମିଲ ହେବା ସହ ପ୍ରତି ବର୍ଷ ଏହି ଦଶହରା ପର୍ବର ଅପେକ୍ଷା କରୁଥିବା କହିଛନ୍ତି । ତେବେ କରୋନା ମହାମାରୀ ଯୋଗୁଁ ଦଶହରା ପର୍ବ ଦୁଇ ବର୍ଷ ବନ୍ଦ ରହିଥିଲା ତେବେ ଏବର୍ଷ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ପଡୋଷୀ ଛତିଶଗଡ ରାଜ୍ୟ ଏବଂ ନୁଆପଡା ତଥା ନବରଙ୍ଗପୁର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।
କୋଙ୍କେରୀ ଗ୍ରାମରେ ହେଉଥିବା ଏହି ଦଶହରାରେ ବହୁ ଦୁରଦୁରାନ୍ତରୁ ଲୋକ ଆସୁଥିବା ବେଳେ ଏହା ଏକ ଭାଇଚାରାର ବାର୍ତା ଦେଉଥିବା ବେଳେ ଏହା ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଲେ ଏହା ମହା ଆଡମ୍ବରରେ ପାଳନ ହୋଇପାରିବ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।